ଜଗନ ମନ୍ତ୍ରିମଣ୍ଡଳ ୨.୦: ଏସସି, ଏସଟି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୭ ମନ୍ତ୍ରୀଙ୍କ ସମେତ ଆସନ୍ତାକାଲି ଶପଥ ନେବେ ୨୫ଜଣ

ହାଇଦ୍ରାବାଦ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ଜଗନଙ୍କ ମନ୍ତ୍ରିମଣ୍ଡଳ ୨.୦ରେ ୨୫ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ମନ୍ତ୍ରିମଣ୍ଡଳରେ ଜଗନ ରେଡ୍ଡି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ଜଣ ମନ୍ତ୍ରୀଙ୍କୁ ସାମିଲ କରୁଥିବା କୁହାଯାଉଛି। ପୂର୍ବ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତେବେ ୨୫ଜଣଙ୍କ ମଧ୍ୟରେ ପୂର୍ବ ମନ୍ତ୍ରିମଣ୍ଡଳର ୧୦ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳୁଛି।

ଉଲ୍ଲେଖନୀୟ କଥା ହେଉଛି, ମେ ୩୦, ୨୦୧୯ ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍ ମୋହନ ରେଡ୍ଡୀ ଅଢେଇ ବର୍ଷ ପରେ ତାଙ୍କ କ୍ୟାବିନେଟ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଥିଲେ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଜଗନ୍ ମୋହନ ରେଡ୍ଡୀ ଏପ୍ରିଲ ୧୧ରେ ନୂତନ କ୍ୟାବିନେଟ ଗଠନ କରିବେ।

୨୦୧୯ରେ କ୍ଷମତାକୁ ଆସିବା ସମୟରେ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଥିଲେ ଯେ ସେ ତାଙ୍କ କ୍ୟାବିନେଟରେ ମଧ୍ୟବର୍ତ୍ତୀକାଳୀନ ପରିବର୍ତ୍ତନ କରିବେ। ସେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ ଶାସନ ବିରୋଧୀ ଜନମତକୁ ମୁକାବିଲା କରିବାରେ ସହାୟକ ହେବ | ଏହା ବ୍ୟତୀତ, ୨୦୨୪ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇପାରିବ |

ସମ୍ବନ୍ଧିତ ଖବର