କାର୍ଯ୍ୟଭାର ଗ୍ରହଣ କଲେ ଜଗନ, ୫ ଉପ ମୁଖ୍ୟମନ୍ତ୍ରୀ ସମେତ ୨୫ ମନ୍ତ୍ରୀ ଶପଥ ନେଲେ

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡି ଆଜି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଏବଂ ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଜଗନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ମୁତାବକ ପଛୁଆ ବର୍ଗରୁ ୭ ଜଣ, ଅନୁସୂଚୀତ ଜାତିରୁ ୫ ଜଣ, ଅନୁସୂଚୀତ ଜନଜାତି ଏବଂ ମୁସ୍‌ଲିମ ସଂପ୍ରଦାୟରୁ ଜଣେ ଲେଖାଏଁ , କପୁ ଏବଂ ରେଡ୍ଡି ସଂପ୍ରଦାୟରୁ ୪ ଜଣ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହନ ରାଜଧାନୀ ଅମରାବତୀର ବେଲାଗାପୁଡ଼ି ସ୍ଥିତ ସଚିବାଳୟ ନିକଟରେ ଏକ ଭବ୍ୟ ସାର୍ବଜନୀନ କାର୍ଯ୍ୟକ୍ରମରେ ନୂତନ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ ଜଣିଆ ମନ୍ତ୍ରିମଣ୍ଡଳରେ ୩ ଜଣ ମହିଳା ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର