ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ରହୁଥିବା ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ୍

ହାଇଦ୍ରାବାଦ:  ସରକାର ଗଢିବାର ମାସେ ବି ପୂରିନି  ଆଉ ଏହାରି ଭିତରେ ଆକ୍ସନ ମୁଡକୁ  ଆସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହୁଥିବା ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ।  ଆସନ୍ତାକାଲିଠାରୁ ଘର ଭାଙ୍ଗିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ । ତେବେ ନିକଟରେ ଚନ୍ଦ୍ରବାବୁ ନାଇଡୁ ‘ପ୍ରଜା ବେଦିକା’କୁ ପ୍ରତିପକ୍ଷ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଜଗନ ମୋହନଙ୍କୁ ଚିଠି ଲେଖି କହିଥିଲେ ।

ୱାଇଏସଆର କଂଗ୍ରେସ ପାର୍ଟିର ସରକାର, ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ସ୍ଥିତ ‘ପ୍ରଜା ବେଦିକା’ ବଙ୍ଗଳାକୁ ଶନିବାର ନିଜ କବଜାକୁ ନେଇଥିଲେ ଆଉ ଏହା ପରେ ତେଜିଥିଲା ରାଜନୀତି । ଜଗନ ମୋହନ ପ୍ରତିଶୋଧପରାୟଣ  ହୋଇ ଏଭଳି କାର୍ଯ୍ୟ କରୁଥିବା ଦର୍ଶାଇଥିଲା ଟିଡିପି । ଏପରିକି ବିରୋଧୀ ଦଳ ମଧ୍ୟ ଅଭିଯୋଗ କରିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସଦଭାବନା ଦେଖାଇନାହାନ୍ତି ଜଗନ ମୋହନ ।

ସମ୍ବନ୍ଧିତ ଖବର