ଦାଦାଙ୍କ ହତ୍ୟା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ ଜଗନ

ହାଇଦ୍ରାବାଦ୍‌: ପୂର୍ବତନ ମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ନେତା ୱାଇଏସ୍‌ ବି‌ବେକାନନ୍ଦଙ୍କୁ ହତ୍ୟାକରାଯାଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହି ହତ୍ୟା ପଛରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ତାଙ୍କ ପୁଅ ଲୋକେଶଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ବିବେକାନନ୍ଦଙ୍କ ପୁତୁରା ତଥା ୱାଇଏସ୍‌ଆରସି ସଭାପତି ଜଗନ ରେଡ୍ଡି। ଜଗନଙ୍କ ଏହି ଅଭିଯୋଗକୁ ଚନ୍ଦ୍ରବାବୁ ଖଣ୍ଡନ କରିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଅପରପକ୍ଷେ, ବିବେକାନନ୍ଦଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ଫରେନ୍ସିକ୍‌ ପ୍ରମାଣ ନଷ୍ଟ କରାଯାଇଥିବା ସେ ଦାବି କରିବା ସହ ଆଗକୁ ନିର୍ବାଚନ ଥିବାରୁ ଜଗନ ଉକ୍ତ ଘଟଣାକୁ ରାଜନୀତିକ ରୂପ ଦେବାକୁ ଚାହୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର