ଝିଅ ପାଇଁ ପୁଅକୁ ଛାଡି ଚାଲିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ମା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଝିଅକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଝିଅ ତେଲେଙ୍ଗାନାରେ ଏକ ନୂତନ ଦଳ ଗଠନ କରିଥିବାବେଳେ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାର ଅଛି। ଖବର ଅନୁଯାୟୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ନିଜର ନୂଆ ଦଳ ଆରମ୍ଭ କରିଥିଲେ |

ଏହି ନୂଆ ଦଳର ନାମ ୱାଇଏସଆର ତେଲେଙ୍ଗାନା ପାର୍ଟି ରଖାଯାଇଥିବାବେଳେ ଏହାକୁ ନେଇ ଜଗନ୍ ରେଡ୍ଡୀ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏକ ବର୍ଷ ପୂର୍ବେ ଶର୍ମିଲା ୱାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ଘୋଷଣା କରିଥିଲେ। ଆଉ ଜଗନ୍ ରେଡ୍ଡୀ ତାଙ୍କ ଭଉଣୀଙ୍କ ତେଲେଙ୍ଗାନାରେ ଦଳ ଗଠନକୁ ବିରୋଧ କରିଥିଲେ। ଆଜି ଜଗନଙ୍କ ମା, ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇ ନିଜ ଝିଅଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି |

ସୂଚନା ଥାଉ କି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ପତ୍ନୀ ୱାଇଏସ ବିଜୟଲକ୍ଷ୍ମୀ, ବିଜୟାମ୍ମା ଭାବରେ ଜଣାଶୁଣା | ରାଜସେଖରଙ୍କ ମୃତ୍ୟୁ ପରେ ସେପ୍ଟେମ୍ବର ୨୦୦୯ରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏହି ଆସନ ଜିତିଥିଲେ। ପରେ ୨୦୧୪ରେ ସେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରି ଯାଇଥିଲେ। ସେବେଠାରୁ ସେ ନିର୍ବାଚନ ରାଜନୀତିରୁ ଦୂରେଇ ରହିଛନ୍ତି।

ସମ୍ବନ୍ଧିତ ଖବର