୨ ବର୍ଷ ତଳୁ ସରିଥିଲା ଯୋଜନା, ଆଜି ମନ୍ତ୍ରିମଣ୍ଡଳ ଭାଙ୍ଗିଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ କିଛି ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଜି ଜଗନ୍ ମୋହନ ରେଡ୍ଡୀ ତାଙ୍କ କ୍ୟାବିନେଟ୍ ଭଙ୍ଗ କରିଛନ୍ତି। ଏହା ପରେ ସମସ୍ତ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି | ଏହାପୂର୍ବରୁ ଗୁରୁବାର ଦିନ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିବେ | ଆଉ କୁହାଯାଉଛି ଯେ ନୂତନ କ୍ୟାବିନେଟରେ ଅନେକ ପୁରୁଣାଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ସାମିଲ କରାଯିବ |

ଉଲ୍ଲେଖନୀୟ କଥା ହେଉଛି, ମେ ୩୦, ୨୦୧୯ ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍ ମୋହନ ରେଡ୍ଡୀ ଅଢେଇ ବର୍ଷ ପରେ ତାଙ୍କ କ୍ୟାବିନେଟ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଥିଲେ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଜଗନ୍ ମୋହନ ରେଡ୍ଡୀ ଏପ୍ରିଲ ୧୧ରେ ନୂତନ କ୍ୟାବିନେଟ ଗଠନ କରିବେ।

୨୦୧୯ରେ କ୍ଷମତାକୁ ଆସିବା ସମୟରେ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଥିଲେ ଯେ ସେ ତାଙ୍କ କ୍ୟାବିନେଟରେ ମଧ୍ୟବର୍ତ୍ତୀକାଳୀନ ପରିବର୍ତ୍ତନ କରିବେ। ସେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ ଶାସନ ବିରୋଧୀ ଜନମତକୁ ମୁକାବିଲା କରିବାରେ ସହାୟକ ହେବ | ଏହା ବ୍ୟତୀତ, ୨୦୨୪ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇପାରିବ |

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ସୂଚନା ଦେଇଥିଲେ । ଏହାପରେ ତାଙ୍କ ମନ୍ତ୍ରିମଣ୍ଡଳର ୨୪ଜଣଯାକ ମନ୍ତ୍ରୀ ତାଙ୍କୂୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର