ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲାରେ ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣି େହାଇପାରି ନାହିଁ। ଏହାକୁ ନଭେମ୍ବର ୩୦କୁ ଘୁଞ୍ଚାଇ ଦିଆଯାଇଛି। ଗତକାଲି ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ଙ୍କ ଅସୁସ୍ଥତା ଦର୍ଶାଇ ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା। ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଏସ୍ ଅବ୍ଦୁଲ୍ ନାଜିରଙ୍କ ଖଣ୍ଡପୀଠ ଆଜି ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ବନ୍ଦ ସମୟରେ ମନ୍ଦିର ଭିତରକୁ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ସହିତ ପ୍ରବେଶ କରିବା ପ୍ରସଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ୍ ଆସୋସିଏସନ୍ ସଂସ୍ଥା ଦ୍ବାରା ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ସୁପ୍ରିମ୍ କୋର୍ଟ ନୋଟିସ୍ ଜାରି କରି ଦୁଇ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଦ୍ବାରା ଗତକାଲି ସୁପ୍ରିମ୍ କୋର୍ଟରେ ଜବାବ ଦାଖଲ କରାଯାଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
ସୁପ୍ରିମ୍ କୋର୍ଟରେ ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ମାମଲା : ନଭେମ୍ବର ୩୦କୁ ଘୁଞ୍ଚିଲା ଶୁଣାଣି
/sambad/media/post_attachments/wp-content/uploads/2018/11/jaga-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)