ବଲିଉଡ୍‌ର କିମ୍ବଦନ୍ତି ହାସ୍ୟ ଅଭିନେତା ଜଗ୍‌ଦୀପଙ୍କ ପରଲୋକ

ମୁମ୍ବାଇ : ବଲିଉଡ୍‌ର କିମ୍ବଦନ୍ତି ହାସ୍ୟ ଅଭିନେତା ଜଗଦୀପଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଜଗଦୀପଙ୍କ ପ୍ରକୃତ ନାମ ସୟଦ ଇସ୍ତିୟାକ ଅହମ୍ମଦ ଜାଫରୀ। ଜଗଦୀପ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ୧୯୭୫ରେ ଆସିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ‘ସୋଲେ’ରେ ସୁରମା ଭୋପାଳୀ ଚରିତ୍ରରେ ତାଙ୍କ ଅଭିନୟ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଜଗ୍‌ଦୀପଙ୍କ ପରଲୋକ ଖବର ପ୍ରଥମେ ଅଭିନେତା ଅଜୟ ଦେବଗନ୍‌ ଟ୍ବିଟ୍‌ କରି ଜଣାଇଥିଲେ। ଏହାପରେ ଜଗଦୀପଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ତାଙ୍କର ପୁଅ ଅଭିନେତା ଜାଭେଦ ଜାଫ୍‌ରୀ ସେୟାର କରିଥିଲେ।

ସମ୍ବନ୍ଧିତ ଖବର