ସମ୍ପୂର୍ଣ୍ଣ ଅଭିଭାଷଣ ନ ପଢି ବିଧାନସଭା ଅଧିବେସନରୁ ଚାଲିଗଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିଲା | ଆଉ ପୂର୍ବ ଆଶଙ୍କା ମୁତାବକ ବିଜେପିର ସଦସ୍ୟଙ୍କ ବିରୋଧ କାରଣରୁ ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କ ବଜେଟ୍ ଭାଷଣକୁ ପୁରା ପଢିପାରି ନଥିଲେ ଏବଂ ଏହାକୁ ଚାରି ମିନିଟ୍ ମଧ୍ୟରେ ଶେଷ କରି ବିଧାନସଭା ଭବନ ଛାଡିଥିଲେ। ରାଜ୍ୟପାଳ ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ଅଭିଭାଷଣ ପଢିବା ଆରମ୍ଭ କରିବା ମାତ୍ରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଶାସକ ତୃଣମୂଳ କଂଗ୍ରେସର ବିଧାୟକମାନେ ରାଜ୍ୟପାଳଙ୍କୁ ବିରୋଧ କରିବାର ପୂର୍ବରୁ ଆଶଙ୍କା ଥିବାରୁ ବିଜେପି ବିଧାୟକମାନେ ଆଗୁଆ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ |

ଯେଉଁଥିପାଇଁ ରାଜ୍ୟପାଳ ଏହାକୁ ସମ୍ପୂର୍ଣ୍ଣ ପଢି ନପାରି ଚାରି ମିନିଟ ମଧ୍ୟରେ ବଜେଟ୍ ଭାଷଣ ଶେଷ କରିଥିଲେ। ବାସ୍ତବରେ, ଧନଖଡ଼ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ସରକାର ଲିଖିତ ଆକାରରେ ଯାହା ପଠାଇଛନ୍ତି ତାହା ସେ କହିବେ ନାହିଁ। ଏଭଳି ପରିସ୍ଥିତିରେ, ତୃଣମୂଳ କଂଗ୍ରେସ ବିଧାୟକମାନେ ତାଙ୍କୁ ବିରୋଧ କରିବେ ବୋଲି ପୂର୍ବରୁ ଆଶଙ୍କା ରହିଥିଲା।

କିନ୍ତୁ ଏହାପୂର୍ବରୁ ବିଜେପି ବିଧାୟକମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହାକୁ ନେଇ ବିଜେପିର ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି ଏବଂ ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ହିଂସା ବିଷୟରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ଅଭିଭାଷଣରେ ଉଲ୍ଲେଖ ନଥିଲା। ଏହା ସହ କୋଲକାତାରେ ହୋଇଥିବା ନକଲି ଟିକାକରଣ ବିଷୟରେ ମଧ୍ୟ କିଛି ଉଲ୍ଲେଖ ନଥିଲା, ତେଣୁ ଆମେ ବିରୋଧ କରିଥିଲୁ |

ସମ୍ବନ୍ଧିତ ଖବର