ସପ୍ତାହକ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦୁଇ ଥର ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି କେନ୍ଦ୍ର ରାଜ୍ୟମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗ ଫେରିବା ପୂର୍ବରୁ ଦିଲ୍ଲୀରେ ଭେଟିଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ ରାଜ୍ୟପାଳ ଜଗଦୀପ ଧନଖଡ଼ ଅମିତ ଶାହାଙ୍କୁ ଭେଟିଥିଲେ। ପଶ୍ଚିମବଙ୍ଗର ସାମ୍ପ୍ରତିକ ପରିସ୍ଥିତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି | ରାଜ୍ୟପାଳ ଜଗଦୀପ ଧନଖଡ଼ ଗୃହମନ୍ତ୍ରୀଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ସୂଚନା ଦେଇଛନ୍ତି।

ଗୁରୁବାର ସକାଳେ ଧନଖଡ଼ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ। ପଶ୍ଚିମବଙ୍ଗରେ ଧନଖଡ଼ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହେଉଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଗଦୀପ ଧନଖଡ଼ କହିଥିଲେ | ମେ ୨ ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ହିଂସାକାଣ୍ଡ ହୋଇଥିବା ଅନେକ ଅଞ୍ଚଳ ପରିଦର୍ଶନ କରିଥିଲେ।

ଆଉ ହିଂସାକାଣ୍ଡର ଶିକାର ହୋଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ | ତେବେ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ଗୁରୁବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଅଧୀର ରଂଜନ ଚୌଧୁରୀଙ୍କୁ ଭେଟିଥିଲେ। ଏହା ପରେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର