‌ଜେଲ୍‌ ନମ୍ବର ୩ରେ ଦିଆଯିବ ଫାଶୀ: ମିରଟ୍‌ ଜହ୍ଲାଦଙ୍କ ସହ ଯୋଗାଯୋଗ କରୁଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ଦିନ ତିହାର ଜେଲ୍‌ର ‘ଜେଲ୍‌ ନମ୍ବର ୩’ରେ ଫାଶୀ ଦିଆଯିବ। ମିରଟ୍‌ ଜହ୍ଲାଦଙ୍କ ସହ ଏନେଇ ଯୋଗାଯୋଗ କରାଯାଉଛି। ୩ ଜଣ ଦୋଷୀ ଜେଲ୍‌ ନମ୍ବର ୨ରେ ଥିବା ବେଳେ ଅନ୍ୟ ଜଣେ ଦୋଷୀ ଜେଲ୍‌ ନମ୍ବର ୪ରେ ରହିଛି। ତେବେ ଜେଲ୍‌ର ଜଣେ ବରିଷ୍ଠ କର୍ତ୍ତୃପକ୍ଷ କହିଛନ୍ତି ଯେ, ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିରଟ୍‌ରେ ଜଣେ ଜହ୍ଲାଦଙ୍କ ସହ ଯୋଗାଯୋଗ କରି ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଜହ୍ଲାଦ ସମସ୍ତ ୪ ଜଣ ଦୋଷୀଙ୍କୁ ଏକ ସମୟରେ ଫାଶୀ ଦେବେ। ଏନେଇ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ସମସ୍ତ ୪ ଦୋଷୀ ଏବେ ଅବସାଦରେ ଅଛନ୍ତି। ସେମାନେ ଆତ୍ମହତ୍ୟା କରିବା ଆଶଙ୍କା ଥିବାରୁ ସେମାନଙ୍କ ଉପରେ ଅହରହ ନଜର ରଖାଯାଇଛି ଏବଂ ଜେଲ୍‌ ସୁରକ୍ଷା ମଧ୍ୟ କଡ଼ାକଡ଼ି ହୋଇଛି।

ସମ୍ବନ୍ଧିତ ଖବର