ଜେଲ୍‌ ନା ଦୋକାନ!:ବିକ୍ରି ହେଉଛି ପାନ ମସଲା, ମୋବାଇଲ ଫୋନ୍‌

ଅହମ୍ମଦାବାଦ୍‌ : ଗୁଜରାଟର ସୁନ୍ଦରନଗର ଜିଲ୍ଲାର ଏକ ଉପକାରାଗାରରେ ବିକ୍ରି ହେଉଛି ପାନ ମସଲା ଓ ମୋବାଇଲ୍‌ ଫୋନ୍‌। କାରାଗାରରେ ଅବାଧରେ ଏହା ବିକ୍ରି ହେଉଛି। ଖୋଦ୍‌‌ ‌ଜେଲ୍‌ ଅନ୍ତେବାସୀ ହିଁ ଏନେଇ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି। ଜେଲ୍‌ରେ ଅନ୍ତେବାସୀଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଏବଂ ଅନ୍ୟ ଅନ୍ତେବାସୀମାନେ ନିର୍ଯାତନା ଦେଉଛନ୍ତି। ପାନ ମସଲା ୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୋବାଇଲ ଫୋନ୍‌ ୧୦,୦୦୦ରୁ ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ଭିଡିଓ ଭାଇରାଲ୍‌ ହେବାପରେ ଜେଲ୍‌ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ହୋଇ ୪ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅନ୍ୟପକ୍ଷରେ କିଛି ଜେଲ୍‌ ଅନ୍ତେବାସୀଙ୍କୁ ‌ଜେଲ୍‌ ପ୍ରଶାସନ ଦ୍ବାରା‌ ହୋଟେଲ୍‌ ସଦୃଶ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।
ସୁନ୍ଦରନଗର ଉପକାରାଗାର ଜେଲର କହିଛନ୍ତି ଯେ ଜେଲ୍‌ କଏଦୀ ଏବଂ ଜେଲ୍‌ ଅଧିକାରୀଙ୍କ ମଧ୍ୟରେ ନିକଟରେ ଗଣ୍ଡଗୋଳ ହୋଇଥିଲା। ଜେଲ୍‌ ପ୍ରଶାସନକୁ ବଦନାମ କରିବା ପାଇଁ ଅନ୍ତେବାସୀ ଏଭଳି ଭିଡିଓ ଜାରି କରିଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର