ନୂଆଦିଲ୍ଲୀ: ନିକଟରେ ‘ଆମ୍ ଆଦ୍ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଦିଲ୍ଲୀର ତିହାର ଜେଲ୍ରେ ‘ମସାଜ୍’ ବା ଘଷାମୋଡ଼ା ଖାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ସେୟାର୍ କରିଥିଲା ‘ବିଜେପି’। ଏବେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଆଜି ସକାଳୁ ଖବର ମିଳିଥିଲା ଯେ ଘଷାମୋଡ଼ା କରୁଥିବା ଉକ୍ତ ବ୍ୟକ୍ତି ଜଣକ ହେଉଛି ଜଣେ ଦୁଷ୍କର୍ମ ଅଭିଯୁକ୍ତ। ତେବେ, ଏବେ ଯେଉଁ ଖବର ହସ୍ତଗତ ହୋଇଛି ତାହା ଆପଣଙ୍କୁ ଚକିତ କରିଦେବ।
ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ରିଙ୍କୁ ଦଶମ ଶ୍ରେଣୀରେ ପଢୁଥିବା ନିଜ ଝିଅକୁ ଦୁଷ୍କର୍ମ କରି ଗତବର୍ଷଠାରୁ ଜେଲ୍ରେ ଅଛି। ତେବେ, ଏପରି ଏକ ବ୍ୟକ୍ତିଠାରୁ ସେବା ନେଇ ଏବେ ବେଶ୍ ଚର୍ଚ୍ଚା ପାଲଟିଛନ୍ତି ‘ଆମ୍ ଆଦ୍ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍।
The person giving maalish and champi to Satyendra Jain was actually a rapist
He was not a PHYSIOTHERAPIST BUT A RAPIST!
AAP defended this! They truly turned Tihar into Thailand!!! pic.twitter.com/5YZUi1STy5
— Shehzad Jai Hind (@Shehzad_Ind) November 22, 2022
ରିଲିଜ୍ ହୋଇଥିବା ଭିଡିଓରେ ଦେଖାଯାଇଥିଲା, ବ୍ୟକ୍ତି ଜଣକ ତିହାର୍ ଜେଲ୍ ପ୍ରକୋଷ୍ଠରେ ସତ୍ୟେନ୍ଦ୍ର ଜୈନ୍ଙ୍କ ପାଦ, ପିଠି ଓ ମୁଣ୍ଡ ଘଷାମୋଡ଼ା କରୁଥିଲେ। ଟୁଇଟ୍ କରି ‘ବିଜେପି’ର ଶେହ୍ଜାଦ୍ ଜୟ ହିନ୍ଦ୍ ଲେଖିଥିଲେ, ‘ଜେଲ୍ରେ ‘ଭିଭିଆଇପି’ ସତ୍କାର। କେଜ୍ରିୱାଲ୍ ଏମିତକା ମନ୍ତ୍ରୀଙ୍କ ସପକ୍ଷରେ ବାହାରୁଛନ୍ତି? ତାଙ୍କୁ କ’ଣ ବହିଷ୍କାର କରାଯିବା ଅନୁଚିତ। ଏହି ଘଟଣା ‘ଆପ୍’ର ପ୍ରକୃତ ରୂପ ପ୍ରଦର୍ଶନ କରୁଛି।’
ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ କେଜ୍ରିୱାଲ୍ କହିଥିଲେ ଯେ ମନ୍ତ୍ରୀଙ୍କ ଘଷାମୋଡ଼ା କରୁଥିବା ବ୍ୟକ୍ତି ଜଣକ ରେପିଷ୍ଟ୍ ବୋଲି। ଯାହାର ଉତ୍ତରରେ ଆଜି ଅନ୍ୟ ଏକ ଟ୍ବିଟ୍ କରି ଶେହ୍ଜାଦ୍ ଜୟ ହିନ୍ଦ୍ ଲେଖିଛନ୍ତି, ‘ସେ ଫିଜିଓଥେରାପିଷ୍ଟ୍, ନୁହଁ ରେପିଷ୍ଟ୍’।