ଦେଶକୁ କରୋନା ଲଢେଇରେ ସାହାଯ୍ୟ କରିବି ବୋଲି କହି ଜେଲରୁ ଖଲାସ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଡାକ୍ତର କାଫିଲ ଖାଁ

ନୂଆଦିଲ୍ଲୀ:   ଜାତୀୟ ନିରାପତ୍ତା ଆଇନ୍‌, ‘ଏନ୍‌ଏସ୍‌ଏ’ରେ ଗିରଫ ହୋଇଥିବା ଉତ୍ତର ପ୍ରଦେଶର ଡାକ୍ତର କାଫିଲ୍‌ ଖାଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୧୯ ମସିହା ଡିସେମ୍ବର ୧୨ ତାରିଖ ଦିନ ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟିରେ ଡାକ୍ତର କାଫିଲ୍‌ ଖାଁ ‘ସିଏଏ’ ବିରୋଧୀ ଭାଷଣ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା | ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର କାଫିଲ୍‌ ଖାଁଙ୍କୁ ଏବେ ଜେଲ୍‌ରେ ରଖାଯାଇଛି। ଜେଲ୍‌ରେ ଥାଇ ଏବେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଥିବା ଜଣା ପଡିଛି | ଚିଠିରେ ତାଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିବା ସହ ମୁକ୍ତ ହେବା ପରେ ସେ କୋଭିଡ -୧୯ ବିରୋଧରେ ଦେଶ ଲଢ଼ୁଥିବା ଲଢେଇରେ ନିଜକୁ ସାମିଲ କରି ରୋଗୀଙ୍କ ସେବା କରିବେ ବୋଲି ଲେଖିଛନ୍ତି |

DR Kafeel Khan Latest News: Dr Kafeel Khan arrested by UP STF in ...
The Economic Times

ଜେଲରେ ଥିବା ଶିଶୁରୋଗ ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ପୃଷ୍ଠାର ପତ୍ରରେ ମାରାତ୍ମକ କରୋନା ଭୂତାଣୁର ଷ୍ଟେଜ୍ -୩କୁ କିପରି ମୁକାବିଲା କରାଯିବ ସେନେଇ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିଛନ୍ତି | ଟ୍ୱିଟରରେ ସେୟାର କରାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଆମକୁ ପରୀକ୍ଷା ଶକ୍ତି (ପ୍ରତ୍ୟେକ ଜିଲ୍ଲାରେ ୧), ବିଚ୍ଛିନ୍ନତା ୱାର୍ଡ (ପ୍ରତ୍ୟେକ ଜିଲ୍ଲାରେ ୧୦୦୦), ନୂତନ ଆଇସିୟୁ ଖୋଲିବା, ଡାକ୍ତର / ପାରାମେଡିକ୍ସର ବ୍ୟାପକ ପ୍ରଶିକ୍ଷଣ, ସହାୟକ ଗୋଷ୍ଠୀ ବୃଦ୍ଧି କରିବା ଉଚିତ୍ | ଗୁଜବକୁ ରୋକିବା ସହ ଅଜ୍ଞାତ ଦୃଷ୍ଟିକୋଣରୁ ଦୂରେଇ ରହିବା ଏବଂ ଯଥାଶୀଘ୍ର ସମସ୍ତ ଉତ୍ସ ବ୍ୟବହାର କରିବା ଦରକାର ବୋଲି ସେ ମୋଦୀଜୀଙ୍କୁ ଚିଠି ଜରିଆରେ ଜଣାଇଛନ୍ତି | |

ସମ୍ବନ୍ଧିତ ଖବର