ଯୋଗୀ ରାଜ୍‌: ଜେଲ୍‌ରେ ଥିବା ବିଧାୟକଙ୍କୁ ବିଧାନସଭା ମନା

ଲକ୍ଷ୍ନୌ (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ, ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ଥାଇ ଜେଲରେ ଥିବା ବିଧାୟକମାନେ ଏଣିକି ଆଉ ବିଧାନସଭାର ଅଧିବେଶନ କିମ୍ବା ବିଧାନସଭାର କୌଣସି ପ୍ରକାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତର ପ୍ରଦେଶ ଗୃହ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର କହିଛନ୍ତି ଯେ ଏହ୍ଲାବାଦ ହାଇକୋର୍ଟ ଓ ସୁପ୍ରମ୍‌ କୋର୍ଟଙ୍କ ରୁଲିଂ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଏପ୍ରକାର ନିଷତ୍ତି ନେବାସହ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ସଂପ୍ରତି ଉତ୍ତର ପ୍ରଦେଶର ତିନିଜଣ ନିର୍ବାଚିତ ବିଧାୟକ- ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମୁଖ୍‌ତାର୍‌ ଅନ୍‌ସାରୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ବ୍ରଜେଶ ସିଂହ ଓ ସମାଜବାଦୀ ପାର୍ଟି (ସପା)ର ହରିଓମ୍‌ ଯାଦବ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲରେ ଅଛନ୍ତି। ପୂର୍ବରୁ ସଦ୍ୟସମାପ୍ତ ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ କରିବାକୁ ସମାଜ ପାର୍ଟି (ବିଏସ୍‌ପି)ର ବିଧାୟକ ମୁଖ୍‌ତାର୍‌ ଅନ୍‌ସାରୀ କୋର୍ଟ ଅନୁମତି ଦେଇ ନଥିବା ବେଳେ ଉପ ନିର୍ବାଚନରେ କାଳରେ ମଧ୍ୟ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସମାଜବାଦୀ ପାର୍ଟି (ସପା)ର ବିଧାୟକ ହରିଓମ୍‌ ଯାଦବଙ୍କୁ ଅନୁମତି ଦେଇ ନଥିଲେ।

ସମ୍ବନ୍ଧିତ ଖବର