କିନ୍ନୌର: ରବିବାର ଦିନ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ପର୍ବତସ୍ଖଳନ ହେତୁ ପ୍ରସ୍ତର ଖଣ୍ଡମାନ ଗଡ଼ିଆସି ଗାଡ଼ି ଉପରେ ପଡ଼ିବାରୁ ପ୍ରାଣ ହରାଇଥିବା ଡାକ୍ତରାଣୀ ଦୀପା ଶର୍ମା ମାତ୍ର ୨୫ ମିନିଟ୍ ପୂର୍ବରୁ ନିଜ ଫଟୋ ଟୁଇଟ୍ କରିଥିଲେ। ସେଥିରେ ଲେଖିଥିଲେ, ସାଧାରଣ ନାଗରିକମାନଙ୍କୁ ଛଡ଼ା ଯାଉଥିବା ଭାରତର ଶେଷ ପ୍ରାନ୍ତରେ ଠିଆ ହୋଇଛି। ଏହି ଜାଗା ସେପଟକୁ ପ୍ରାୟ ୮୦ କିଲୋମିଟର୍ ଆଗରେ ଅଛି ତିବ୍ବତ, ଯାହାକୁ ଚୀନ୍ ବେଆଇନ ଭାବେ ଦଖଲ କରିଛି।
ରାଜସ୍ଥାନର ରାଜଧାନୀ ଜୟପୁରର ଆୟୁର୍ବେଦୀୟ ଡାକ୍ତରାଣୀ ଦୀପା ୩୮ତମ ଜନ୍ମଦିନ ପାଳିବା ଲାଗି ପାର୍ବତ୍ୟ ରାଜ୍ୟକୁ ଯାଇଥିଲେ। ତାଙ୍କର ଭାଇ ମହେଶ କୁମାର ଶର୍ମା ତାଙ୍କର ମୃତ୍ୟୁ ଏବଂ ତାଙ୍କ ପ୍ରକୃତି ପ୍ରୀତି ସମ୍ବନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜୁଲାଇ ୨୯ ପଡୁଥିବା ୩୮ତମ ଜନ୍ମଦିନ ପାଳିବା ଲାଗି ମୋ ଭଉଣୀ ଦୀପା ଶର୍ମା ସ୍ପିତି ଉପତ୍ୟକାକୁ ଯାଇଥିଲା। ଯୋଜନା ମୁତାବକ ହୋଇଥିବା ଏହି ଗସ୍ତ ପାଇଁ ସେ ଥିଲା ଖୁବ୍ ଆନନ୍ଦିତା। ଏଥିପାଇଁ ସେ ଗୋଟାଏ ଉନ୍ନତ କ୍ୟାମେରା ଓ ସ୍ମାର୍ଟଫୋନ୍ ଖରିଦ କରିଥିଲା। ମୋ ଭଉଣୀ ଥିଲା ପ୍ରକୃତି ସୁହାଗିନୀ। ସେ ପ୍ରକୃତି କୋଳରେ ହିଁ ମୃତ୍ୟୁବରଣ କଲା। ତା’ର ଆତ୍ମା ଶାନ୍ତି ପାଉ।
/sambad/media/post_attachments/wp-content/uploads/2021/07/deepa1.jpg)
ଗୋଟାଏ ଚମତ୍କାର ବଡ଼ି ସକାଳର ଆକାଶ ଫଟୋ ଏବଂ ସାଧାରଣ ନାଗରିକମାନଙ୍କୁ ଛଡ଼ା ଯାଉଥିବା ଭାରତର ଶେଷ ପ୍ରାନ୍ତର ଫଟୋ ସମେତ ଦୀପାଙ୍କ ଟୁଇଟର୍ ତାଙ୍କ ଗସ୍ତକାଳୀନ ଫଟୋରେ ପୂରି ଉଠିଥିଲା।
/sambad/media/post_attachments/wp-content/uploads/2021/07/deepa.jpeg)
ଦୁର୍ଯୋଗକୁ ସେଦିନ ଅପରାହ୍ଣ ୧.୨୫ରେ ଖବର ଆସିଲା, ବର୍ଷାଜନିତ ପର୍ବତ ସ୍ଖଳନ ଯୋଗୁଁ ଗୋଟାଏ ପ୍ରକାଣ୍ଡ ଶିଳାଖଣ୍ଡ ଗଡ଼ି ଆସି ଚିତକୁଲାରୁ ସାଙ୍ଗଲା ନେଇଯାଉଥିବା ଗୋଟାଏ ଟେମ୍ପୋ ଟ୍ରାଭେଲର୍ ଉପରେ ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବରଣ କରିଥିବା ୯ଜଣଙ୍କ ମଧ୍ୟରୁ ଦୀପା ଥିଲେ ଅନ୍ୟତମା।