ତିନି କରୋନାଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୁସ୍ଥ କଲେ ଜୟପୁର ଡାକ୍ତର

ନୂଆଦିଲ୍ଲୀ: କୋଭିଡ୍‌-୧୯ରେ (କରୋନାଭାଇରସ୍‌) ଆକ୍ରାନ୍ତ ୪ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଜୟପୁରର ‘ସର୍ବବୃହତ୍‌ ସରକାରୀ ଡାକ୍ତରଖାନା ସଓ୍ଵାଇ ମାନସିଂହ ହସ୍‌ପିଟାଲ୍‌’ର ଡାକ୍ତରମାନେ ସୁସ୍ଥ କରିଥିବା କଥା ରବିବାର ଦିନ ଜଣାପଡ଼ିଛି।

ମ୍ୟାଲେରିଆ, ସ୍ୱାଇନ୍‌ ଫ୍ଲୁ ଏବଂ ଏଚ୍‌ଆଇଭି ପଜିଟିଭ୍‌ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧର ମିଳିତ ଅନୁପାନ ଦେଇ ସେମାନେ ଏହି ତିନିଜଣ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ସୁସ୍ଥ କରିଛନ୍ତି।

Image Source: India TV News

ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଟୁଇଟ୍‌ କରି ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି ଯେ ଆନନ୍ଦର କଥା, ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ହସ୍‌ପିଟାଲ୍‌ରେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦୁଇଜଣ ବରିଷ୍ଠ ନାଗରିକଙ୍କ ସମେତ ତିନିଜଣ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରାଯାଇଛି। ଏବେ ସେମାନଙ୍କୁ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଛି। କରୋନା ରୋଗୀମାନଙ୍କର ଚିକିତ୍ସା ଲାଗି ପ୍ରଶଂସାଜନକ ଓ ଉତ୍ସର୍ଗୀକୃତ ସେବା କରିଥିବା ସଓ୍ଵାଇ ମାନସିଂହ ହସ୍‌ପିଟାଲ୍‌ର ଡାକ୍ତର ଓ କର୍ମଚାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ଏହି ତିନିଜଣଙ୍କ ବ୍ୟତୀତ ସ୍ପେନ୍‌ରୁ ଆସିଥିବା ଅନ୍ୟ ଜଣେ ରୋଗୀଙ୍କ ଦେହରେ କରୋନାଭାଇରସ୍‌ ଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର