ଜୟପୁର: ଆତଙ୍କ ରଚିଲା କାର୍ । କଳା ଅନ୍ଧାରରେ କାଳ ସାଜି ମାଡି ଆସିଲା କାର୍ । ଆଉ ୧୦ ଜଣଙ୍କୁ ଦଳିଦେଇଗଲା । ମୋଟ୍ ୧୦ ଜଣଙ୍କୁ ଧଳା କାର ଧକ୍କା ଦେଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ଜୀବନ ଯାଇଥିଲା । ଆଉ ଆଜି ଜଣେ ଆଖି ବୁଜିଥିବା ବେଳେ ଅନ୍ୟ ଗୁରୁତରମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Advertisment

ଗଲକାଲି ସଂଧ୍ୟାରେ ଜୟପୁରରେ ଏକ ଏସୟୁଭି କାର୍ ଦୃତ ବେଗରେ ମାଡି ଆସୁଥିଲା । କେହି କିଛି ବୁଝିବା ଆଗରୁ ରାସ୍ତା କଡରେ ଥିବା ଲୋକଙ୍କ ଉପରେ ଗାଡି ମାଡି ଯାଇଥିଲା ଆଉ ଚାହୁଁଚାହୁଁ ଜୟପୁରରେ କାର୍ ଆତଙ୍କ ରଚିସାରିଥିଲା ଏବଂ ୧୦ ଜଣଙ୍କୁ ଚାପି ଦେଇଥିଲା ।

କାର୍ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ସ୍ପିଡ୍ ଗାଡି ଚଳାଉଥିବା ଜଣା ପଡିଛି । ଦୁର୍ଘଟଣାର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତାତିଥିବେ ବେଳେ ମତୃକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ମଦ୍ୟମ କାର ଚାଳକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଆଜି ରାସ୍ତାରୋକ କରିଛନ୍ତି । ତେବେ ଘଟଣା ପରେ କାରକୁ ପୋଲିସ ଜବତ କରିବା ସହ ସ୍ଥିତି ଅଣାୟତ ହେବାରୁ ଡ୍ରାଇଭରକୁ ଗିରଫ କରିଛି ।