ମୁମ୍ବାଇ: ଜୁଲାଇ ୩୧ ତାରିଖ ଦିନ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ୍‌ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଜଣେ ବରିଷ୍ଠ ସହକର୍ମୀ ଓ ୩ଜଣ ଯାତ୍ରୀଙ୍କୁ ଗୁଳି ମାରି ହତ୍ୟା କରିଥିବା ‘ରେଲ୍‌ୱେ ପୋଲିସ୍‌ ଫୋର୍ସ’ର (ଆର୍‌ପିଏଫ୍‌) ୩୩ ବର୍ଷିୟ କନେଷ୍ଟବଳ ଚେତନ ସିଂହଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Advertisment

ଅଗଷ୍ଟ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ୍‌ର ‘ଆର୍‌ପିଏଫ୍‌ ସିନିୟର୍‌ ଡିଭିଜ୍‌ନାଲ୍‌ ସିକ୍ୟୁରିଟି କମିସନର୍‌’ ଚୌଧୁରୀଙ୍କୁ ବହିଷ୍କାର କରାଯିବା ପାଇଁ ଆଦେଶନାମା ଜାରି କରିଥିଲେ।

ଟାର୍ଗେଟ୍‌ କରି ନିଜ ଉପରିସ୍ଥ ସହକର୍ମୀ ‘ଏଏସ୍‌ଆଇ’ ଟିକାରାମ ମୀନା ଓ ଅନ୍ୟ ୩ଜଣ ଯାତ୍ରୀଙ୍କୁ ଚତେନ ସିଂହ କେମିତି ହତ୍ୟା କଲେ ସେ ବିଷୟରେ ଅଦାଲତଙ୍କ ପର୍ଯ୍ୟାଲୋଚନା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମ୍ପ୍ରତି ଚେତନ ସିଂହ ଜେଲ୍‌ର ବିଚାର ବିଭାଗୀୟ ଅଦାଲତରେ ଅଛନ୍ତି।

publive-image Image Courtesy of NDTV

ଏହି ମାମଲାରେ ‘ଆର୍‌ପିଏଫ୍‌’ ଦାଖଲ କରିଥିବା ଆବେଦନ ଉପରେ ଆଜି ଅଦାଲତରେ ଶୁଣାଣି କରାଯିବ। ବିଚାର ବିଭାଗୀୟ ହାଜତରେ ଚେତନ ସିଂହଙ୍କୁ ଜେରା କରିବା ଲାଗି ଅନୁମତି ପାଇବା ପାଇଁ ‘ଆର୍‌ପିଏଫ୍‌’ ଅଦାଲତରେ ନିବେଦନ କରିଛନ୍ତି। ଶୁଣାଣି ପରେ ଅଦାଲତ ଏ ବିଷୟରେ ରାୟ ଦେବେ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ ତାରିଖ ଭୋର୍‌ ପ୍ରାୟ ୫ଟା ବେଳେ ବାପିରୁ ବୋରିୱାଲି ଓ ସେଠାରୁ ମୀରା ରୋଡ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରାସ୍ତାରେ ‘ଆର୍‌ପିଏଫ୍‌’ କନେଷ୍ଟବଳ ଚେତନ ସିଂହ ୪ଜଣଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଜୟପୁର ଏକ୍ସ୍‌ପ୍ରେସ୍‌ର (ଟ୍ରେନ୍‌ ନମ୍ବର ୧୨୯୫୬) ‘ବି୫’ କ‌ୋଚ୍‌ରେ ଉକ୍ତ ଗୁଳିକାଣ୍ଡ ଘଟିଥିଲା।

ଜାରି କରିଥିବା ବିବୃତିରେ ପୁଲିସ କହିଥିଲା, ଭୋର୍‌ ୫.୨୩ରେ ଟ୍ରେନ୍‌ ନମ୍ବର ୧୨୯୫୬ର ‘ବି୫’ କୋଚ୍‌ରେ ଆଜି ଗୁଳିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ‘ଏସ୍କର୍ଟ ଡିୟୁଟି’ରେ ଥିବା ସି. ଟି. ଚେତନ ଏସ୍କର୍ଟ ଇନ୍‌-ଚାର୍ଜ ‘ଏଏସ୍‌ଆଇ’ ଟିକା ରାମଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୁନିଶ୍ଚିତ କରାଯାଇଛି। ଉକ୍ତ ଟ୍ରେନ୍‌ ‘ବିଭିଆଇ’ରେ ପହଞ୍ଚିଥିଲା। ସଦ୍ୟତମ ସୂଚନା ଅନୁସାରେ, ‘ଏଏସ୍‌ଆଇ’ଙ୍କ ସମେତ ୩ଜଣ ସାଧାରଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।