ନୂଆଦିଲ୍ଲୀ: କେଦାରନାଥ ଧାମରେ ଜୁନ୍ ୧୫ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ୫ଜଣ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟଙ୍କୁ ମିଶାଇ ୭ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା।
ପ୍ରାଣ ହରାଇଥିବା ମହାରାଷ୍ଟ୍ରର ଜୟସୱାଲ ପରିବାରର ତିନିଜଣ ସଦସ୍ୟ ରାଜକୁମାର ଜୟସୱାଲ, ତାଙ୍କ ପତ୍ନୀ ଶ୍ରଦ୍ଧା ଜୟସୱାଲ ଏବଂ ସେମାନଙ୍କର ୨୩ମାସର ଶିଶୁ କାଶୀ ଜୟସୱାଲଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିନୋଦ ନେଗି, ବିକ୍ରମ ସିଂହ ଏବଂ ପାଇଲଟ କ୍ୟାପ୍ଟେନ ରାଜବୀର ସିଂହ ଚୌହ୍ବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଜୟପୁର ପାଇଲଟ୍ ରାଜବୀର ସିଂହ ଚୌହ୍ବାନଙ୍କ ମାଆ ତାଙ୍କ ପୁଅର ମୃତ୍ୟୁର ଦୁଃଖକୁ ସହ୍ୟ କରିପାରି ନଥିଲେ। ହେଲିକପ୍ଟର ଦୁର୍ଘଟଣାରେ ରାଜବୀରଙ୍କ ମୃତ୍ୟୁର ୧୩ ଦିନ ପରେ ତାଙ୍କ ମାଆ ଜୟପୁରରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ରାଜବୀରଙ୍କ ମୃତ୍ୟୁ ପରଠାରୁ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଥିଲା। ତେଣୁ ତାଙ୍କୁ ଜୟପୁରର କାନୱାଟିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/30/whatsapp-image-2025-06-30-20-05-07.jpeg)