ଚାଳକଙ୍କୁ ସାର୍ଟ ବୋତାମ ଖୋଲି ଓ ଚପଲ ପିନ୍ଧି ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା, ଟ୍ରାଫିକ ପୁଲିସ କାଟିଲା ଚାଲାଣ

ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ସେପ୍ଟେଟର ୧ରୁ କେତେକ ରାଜ୍ୟକୁ ଛାଡ଼ି ଦେଶର ଅଧିକାଂଶ ରାଜ୍ୟରେ ଲାଗୁ କରି ଦିଆଯାଇଛି। ଏହି ନୂଆ ଟ୍ରାଫିକ୍‌ ନିୟମ ଉଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଚାଲାଣ ଆଧାରରେ ଜରିମାନା ରାଶିକୁ ୧୦ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଯେବେ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି ଚାଲାଣ କଟିବାକୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି।

ନିକଟରେ ରାଜସ୍ଥାନର ଜୟପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜୟପୁରର ଜଣେ କ୍ୟାବ୍‌ ଚାଳକ ଗାଡ଼ି ଚଳାଉ ଥିବା ସମୟରେ ଚପଲ ପିନ୍ଧିଥିଲେ ଏବଂ ସାର୍ଟର ବୋତାମ ଦେଇ ନଥିଲେ। ଏଥିପାଇଁ ଟ୍ରାଫିକ୍‌ ପୁଲିସ ତାଙ୍କର ଚାଲାଣ କଟିଥିଲା। ଏହି ଘଟଣା ସେପ୍ଟେମ୍ବର ୬ ତାରିଖରେ ଘଟିଛି।

ପୁଲିସ ମୁତାବକ, ପୁରୁଣା ମୋଟର ଯାନ ନିୟମ ଅନୁସାରେ ଏହି ଟ୍ୟାକ୍ସି ଚାଳକଙ୍କ ଚାଲାଣ କଟା ଯାଇଥିଲା। ପୁରୁଣା ମୋଟର ଯାନ ନିୟମ ଅନୁସାରେ ଟ୍ୟାକ୍ସି ଚାଳକମାନଙ୍କୁ ନୀଳ ରଙ୍ଗର ସାର୍ଟ ଓ ପେଣ୍ଟ ପିନ୍ଧିବା ବାଧ୍ୟତାମୂଳକ ରହିଛି।

ସମ୍ବନ୍ଧିତ ଖବର