ଜୟପୁର: ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା। ଜୟପୁରର ଜଣେ ମହିଳା ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ବେଳେ ଏବେ ଏକ ସିସିଟିଭି ଫୁଟେଜ୍ ହସ୍ତଗତ ହୋଇଛି। ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ମହିଳା ପୀଡ଼ିତଙ୍କ ମୃତଦେହକୁ ଏକ ମୋଟରସାଇକେଲରେ ନେଇ ଜଙ୍ଗଲରେ ଫିଙ୍ଗି ଦେବା ପାଇଁ ଯାଉଥିଲେ।
ତା'ପରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ। ଧନଲାଲ ସାଇନିଙ୍କ ପତ୍ନୀ ଗୋପାଳୀ ଦେବୀ ପାଞ୍ଚ ବର୍ଷ ଧରି ଦୀନଦୟାଲ କୁଶୱାହାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ଏକ କାରଖାନାରେ କାମ କରିବା ବିଷୟରେ ମିଛ କହିଥିଲେ, ଯେତେବେଳେ କି ସେ ତାଙ୍କ ପ୍ରେମିକ କୁଶୱାହାଙ୍କ ସହ ମିଶି ଏକ କପଡ଼ା ଦୋକାନରେ କାମ କରୁଥିଲେ।
ତାଙ୍କ ପତ୍ନୀଙ୍କ କଥା ଉପରେ ସନ୍ଦେହ କରି ପରିବା ବିକାଳି ଧନଲାଲ୍ ଦିନେ ତାଙ୍କ ପଛେ ପଛେ ଗଲେ। ତା’ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ କେଉଁ କାରଖାନା ନୁହେଁ ବରଂ ଏକ ଲୁଗା ଦୋକାନରେ କାମ କରୁଛନ୍ତି। ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାପରେ ମହିଳା ଜଣଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।