ନୂଆଦିଲ୍ଲୀ: ଆଜି କୋଚିର ‘କୋଚିନ୍ ସିପ୍ୟାର୍ଡ ଲିମିଟେଡ୍’ରେ ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ନୌସେନାରେ ସାମିଲ କରାଯାଇଛି। ଏମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ଆଇଏନଏସ ବିକ୍ରାନ୍ତଙ୍କ ପାଇଁ ନିଜକୁ ଶ୍ରେୟ ଦେଇଥିବାରୁ ଜୟରାମ ରମେଶଙ୍କ ଟାର୍ଗେଟ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏହାକୁ କେବଳ ମୋଦୀ ସରକାରଙ୍କ ସଫଳତା ନୁହେଁ ବରଂ ୧୯୯୯ମସିହା ପରେ ଭାରତରେ କ୍ଷମତାକୁ ଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ ବୋଲି କହିଛନ୍ତି। ସମସ୍ତ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ ସ୍ୱୀକାର କରିବେ କି ନାହିଁ ବୋଲି ଜୟରାମ ରମେଶ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।
India’s 1st indigenous aircraft carrier INS Vikrant commissioned today is a collective effort of all govts since 1999. Will PM acknowledge?
Let’s also recall original INS Vikrant that served us well in 1971 war. Much reviled Krishna Menon played a key role in getting it from UK.
— Jairam Ramesh (@Jairam_Ramesh) September 2, 2022
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି ଯେ, ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିକ୍ରାନ୍ତ’ ୧୯୯୯ମସିହାରୁ କ୍ଷମତାରେ ରହିଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ। ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ କି? ଆସନ୍ତୁ ମୂଳ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ମନେ ପକାଇବା, ଯାହା ୧୯୭୧ମସିହାରେ ହୋଇଥିବା ଯୁଦ୍ଧରେ ଆମକୁ ସାହାଯ୍ୟ କରିଥିଲା। ବ୍ରିଟେନରୁ ଏହାକୁ ପାଇବାରେ କୃଷ୍ଣା ମେନନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।