ପ୍ରାଗ୍‌-ଐତିହାସିକ ଯୁଗରେ ଜୈସାଲମେର୍‌ ମରୁଭୂମି ବୋଧେ ବିଶାଳ ସମୁଦ୍ର ଥିଲା

ଜୟପୁର: ରାଜସ୍ଥାନର ଜୈସାଲମେର୍‌ ଜିଲ୍ଲା ଅନ୍ତର୍ଗତ ମରୁଭୂମିରେ ୪୭ ନିୟୁତ ବର୍ଷ ପୁରୁଣା ଆଦିମ ତିମି, ହାଙ୍ଗର ଦାନ୍ତ, ମଗର ଦାନ୍ତ ଏବଂ କଚ୍ଛପ ହାଡ଼ ପାଇଥିବା ଜୀବାଶ୍ମ ବିଶେଷଜ୍ଞମାନେ କହୁଛନ୍ତି କି, ପ୍ରାଗ୍‌-ଐତିହାସିକ ଯୁଗରେ ଏଠାରେ ସମୁଦ୍ର ଥିଲା।

ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପଶ୍ଚିମ ଅଞ୍ଚଳ ବର୍ଷେ ହେବ ଗୁଜରାଟ ଓ ରାଜସ୍ଥାନର ଭିନ୍ନ ଭିନ୍ନ ଅଞ୍ଚଳରେ ଜୀବାଶ୍ମ ଉପରେ ଗବେଷଣା କରୁଛି।

ଜୈସାଲମେର୍‌ ଅନ୍ତର୍ଗତ ବନ୍ଧଃ ଗାଁ‘ରୁ ମଧ୍ୟ ଇଓସିନ୍‌ ଯୁଗର ମେରୁଦଣ୍ଡୀ ପ୍ରାଣୀ ଯଥା:- ତିମି, ହାଙ୍ଗର ଦାନ୍ତ, ମଗର ଦାନ୍ତ ଏବଂ କଚ୍ଛପ ହାଡ଼ ଆଦିର ବହୁ ଜୀବାଶ୍ମ ଉତ୍‌ଖନନରୁ ମିଳିଛି।

ପାଲିଓଣ୍ଟୋଲଜି ଡିଭିଜନ୍‌ର ନିର୍ଦେଶକ ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଭୂତତ୍ତ୍ୱବିତ୍‌ କୃଷ୍ଣ କୁମାର ଏବଂ ପ୍ରାୟାଗ ପାଣ୍ଡେ ଗବେଷଣା କରାଯାଉଛି।

ବରିଷ୍ଠ ଭୂତତ୍ତ୍ୱବିତ୍‌ କୃଷ୍ଣ କୁମାର କହନ୍ତି: ମିଳିଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହେଉଛି ଗୋଟାଏ ଆଦିମ ତିମିର ହନୁହାଡ଼ ଓ ମେରୁଦଣ୍ଡ। ମଧ୍ୟ ଇଓସିନ୍‌ ଯୁଗର ସାମୁଦ୍ରିକ ଜୀବାଶ୍ମଗୁଡ଼ିକର ଉପସ୍ଥିତି ସୂଚାଉଛି ଯେ ୩୭ ନିୟୁତ ବର୍ଷ ତଳେ ଏ ଅଞ୍ଚଳରେ ସମୁଦ୍ର ଥିଲା।

ସମ୍ବନ୍ଧିତ ଖବର