ଶାମ୍ଲି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଜୀବନ ପ୍ରତି ବିପଦ ଅଛି। ଏମାନଙ୍କୁ ଟାର୍ଗେଟ୍ କରିଛି ଜେଇଏମ୍। ଏନେଇ ଜେଇଏମ୍ ପକ୍ଷରୁ ଦୁଇଟି ଚିଠି ଜାରି ହୋଇଛି। ଉତ୍ତରପ୍ରଦେଶର ଶାମ୍ଲି ଏବଂ ଉତ୍ତରାଖଣ୍ଡର ରୁର୍କି ରେଳ ଷ୍ଟେସନ୍କୁ ଆସିଥିବା ୨ଟି ଚିଠିରେ ଯୋଗୀ, କେଜ୍ରିୱାଲ୍ ଏବଂ ଆରଏସଏସ ନେତା ମୋହନ ଭାଗବତଙ୍କୁ ଟାର୍ଗେଟ୍ କରାଯାଇଛି। ଏହାବାଦ୍ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ରେଳ ଷ୍ଟେସନ୍ରେ ମଧ୍ୟ ବିସ୍ଫୋରଣ ଧମକ ଦିଆଯାଇଛି। ଏହି ଚିଠି ମିଳିବାପରେ ଉତ୍ତରପ୍ରଦେଶରେ ଏବେ ହାଇ ଆଲର୍ଟ ଜାରି ହୋଇଛି। ୟୁପି ଡିଜିପି ଓପି ସିଂହ ସ୍ପଷ୍ଟ କରିଛନ୍ତି ଯେ ଏହି ଚିଠିରେ ଦୁଇ ପ୍ରକାର ହାତ ଲେଖା ରହିଛି। ଚିଠିଟିକୁ ଜେଇଏମ୍ର ଏରିଆ କମାଣ୍ଡର ଲେଖିଥିବା ଦାବି କରାଯାଉଛି। ୨ଟି ଯାକ ଚିଠିର ବିଷୟବସ୍ତୁ ମଧ୍ୟ ସମାନ ରହିଛି।
ଉତ୍ତରପ୍ରଦେଶରେ ବାରଣାସୀର ବିଶ୍ବନାଥ ମନ୍ଦିର, ଅଯୋଧ୍ୟାରେ ରାମ ଜନ୍ମଭୂମିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହାବାଦ୍ ପଶ୍ଚିମ ଉତ୍ତରପ୍ରଦେଶର ରେଳ ଷ୍ଟେସନ ଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯିବ ବୋଲି କୁହାଯାଇଛି। ତେବେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଧମକପୂର୍ଣ୍ଣ ଚିଠି ମିଳିଥିବାରୁ ସୁରକ୍ଷା ସ୍ଥିତି ନେଇ ଜରୁରୀ ସମୀକ୍ଷା କରାଯାଇଛି। ଗତ ଏପ୍ରିଲ ୧୯ ତାରିଖରେ ମଧ୍ୟ ଏଭଳି ଅନ୍ୟ ଏକ ଚିଠିରେ ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ରେଳ ଷ୍ଟେସନ୍ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ଚିଠିଟିକୁ ଜେଇଏମ୍ ଏରିଆ କମାଣ୍ଡର ମନସୁର ଅହମଦ ଜାରି କରିଥିବା କୁହାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।
ଯୋଗୀ, କେଜ୍ରିୱାଲ୍, ମୋହନ ଭାଗବତଙ୍କୁ ଜୈସ୍ର ଟାର୍ଗେଟ୍!
ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଉଡ଼ାଇ ଦେବାକୁ ବି ଜୈସ୍ର ଧମକ
/sambad/media/post_attachments/wp-content/uploads/2019/04/781633-yogi-kejriwal-bhagwat-970.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)