ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଜେଲରୁ ମୁକ୍ତ କରିଲା ପାକିସ୍ତାନ!

ଭାରତରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଷଡଯନ୍ତ୍ରର ଯୋଜନା କରୁଛି ମାସୁଦ ଆଝାର

ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଜେଲରୁ ମୁକ୍ତ କରିଥିବାର ସୂଚନା ମିଳିଛି । ଏହାପରେ ମାସୁଦ ତାହାର ସଙ୍ଗଠନର ଲୋକମାନଙ୍କ ସହ ଆଲୋଚନା କରୁଥିବା ବି କୁହାଯାଉଛି । ଖାଲି ସେତିକି ନୁହେଁ, ମାସୁଦ ଆଝାର ଭାରତରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଷଡଯନ୍ତ୍ରର ଯୋଜନା କରୁଥିବାର ସୂଚନା ମିଳିଛି ।

ଇଣ୍ଟେଲିଜେନ୍ସ୍ ବ୍ୟୁରୋ ବା ଆଇବି କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ସୂଚନା ଦେଇଥିବା ଜଣାଯାଇଛି। ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ଏକତ୍ର ହୋଇଥିବା ପାକ୍ ସୈନିକଙ୍କୁ ନେଇ ଆଲର୍ଟ କରିଛି ଇଣ୍ଟେଲିଜେନ୍ସ୍ ବ୍ୟୁରୋ । ପାକିସ୍ତାନ ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର ରଚୁଥିବା ଆଇବି କହିଛି ।

Jaish-e-Mohammed (JeM) chief Maulana Masood Azhar
image source-hindustantimes

ସୂଚନାନୁସାରେ,ପାକିସ୍ତାନ ସିୟାଲକୋଟ-ଜମ୍ମୁ ଓ ରାଜସ୍ଥାନ ସେକ୍ଟରରେ ଗତ କିଛିଦିନ ଧରି ଏକ ବଡ ଧରଣର ଯୋଜନା ପ୍ରସ୍ତୁତ କରୁଛି । ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକ୍ ଏପରି କରୁଥିବା ଜଣାପଡିଛି । ଏହାସହ ଚୁଡାନ୍ତ ରୂପ ଦେବା ପାଇଁ ରାଜସ୍ଥାନ ସୀମାରେ ପାକିସ୍ତାନ ଅତିରିକ୍ତ ସୈନିକଙ୍କୁ ମୁତୟନ କରିଛି ।

 

 

ସମ୍ବନ୍ଧିତ ଖବର