ମସୁଦ ଅଝାରର ଅଡିଓ ଟେପ୍‌ ଜାରି: ‘ମୁଁ ବଞ୍ଚିଛି, କେବେ ମରିବି ତାହା ଆଲ୍ଲାଙ୍କୁ ଜଣା’ ବୋଲି କହି ପାକ୍‌କୁ ଧମକ ଦେଲା ଆଝାର

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର ମୃତ୍ୟୁକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି କି ବାସ୍ତବରେ ସେ ବଞ୍ଚିଛି ନା ମରିଛି ! ବୁଧବାର ଆଝାରର ଏକ ଅଡିଓ ଟେପ୍‌ ରିଲିଜ ହୋଇଛି। ଯେଉଁଥିରୁ ସ୍ପଷ୍ଟ ହେଉଛି କି ଜୈଶ୍‌-ଇ-ମହମ୍ମଦର ମୁଖ୍ୟ ମସୁଦ ଅଝାର  ବଞ୍ଚିଛି। ମସୁଦର ଏହି ୧୦ ମିନିଟର ଅଡିଓ କ୍ଲିପ୍‌କୁ ଜୈଶର ବିଭିନ୍ନ ଗ୍ରୁପରେ ପୋଷ୍ଟ କରାଯାଇଛି ।

ଏହି ଅଡିଓ ଟେପ୍‌କୁ ୪ ମାର୍ଚ୍ଚରେ ରେକର୍ଡ କରାଯାଇଥିବା ଜଣାଯାଇଛି । ଏହି ଅଡିଓ ଟେପ୍‌ରେ ମାସୁଦ କହିଛି ଯେ, ମୋର ମୃତ୍ୟୁକୁ ନେଇ ଅନେକ ଖବର ଆସିଛି, ତେବେ ଏହା ହିଁ ଆଲ୍ଲା ନିଶ୍ଚିତ କରିବେ କି ମୁଁ କେତେଦିନ ବଞ୍ଚିବି। ମୁଁ ମରି ନାହିଁ ବଞ୍ଚିଛି । ଏହି ଅଡିଓ ଟେପ୍‌କୁ ଜୈଶ୍‌-ଇ-ମହମ୍ମଦର ମୁଖପାତ୍ର ସୈଫୁଲ୍ଲା ପଢୁଥିବା ଜଣାଯାଇଛି ।

ଏହା ସହ ମସୁଦ କହିଛି ପାକ୍‌ ସରକାର ଚାପରେ କାମ କରୁଛି। ମାଦ୍ରାସା ଉପରେ ଆକ୍ରମଣକୁ ରୋକିବା ପାଇଁ ମାସୁଦ କହିବା ସହିତ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସେଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି। ଏହାସହ ପାକିସ୍ତାନ ସରକାର ଜୈଶ ଯେଉଁଭଳି ଭାବରେ ରହିଛି ଓ କାମ କରୁଛି ତାହ ସ୍ୱୀକାର କରିବା ଆବଶ୍ୟକ ବୋଲି କହିଛି ମାସୁଦ।

ସମ୍ବନ୍ଧିତ ଖବର