ଶ୍ରୀନଗର: ଭାରତରେ ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ‘ଜୈଶ୍‌-ଏ-ମହମ୍ମଦ’ ‘ଗଜନବି ଫୋର୍ସ’ ନାମରେ ଏକ ନୂଆ ଦଳ ଗଠନ କରିଛି। ଏହି ଦଳରେ ଥିବା ଆତଙ୍କବାଦୀମାନଙ୍କୁ ଉତ୍ତମ ତାଲିମ ଦିଆଯାଇଛି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି।

Advertisment

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଭାରତରେ ଭୟାବହ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍‌ସି ‘ଆଇଏସ୍‌ଆଇ’ ବ୍ୟାପକ ବ୍ୟବସ୍ଥା କରିଛି।

publive-image Image Source: The Times of India

ଜୈଶ୍‌ର ନବ ଗଠିତ ‘ଗଜନବି ଫୋର୍ସ’ରେ ‘ଲଶ୍କର୍‌-ଏ-ତୈବା’, ‘ହିଜ୍‌ବୁଲ୍‌ ମୁଜାହିଦୀନ’୍‌, ‘ଔଘ୍‌’ ଏବଂ ‘ଅଲ୍‌ ବଦର’ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ସାମିଲ କରାଯାଇଛି। ଏହିସବୁ ସଂଗଠନର ଆତଙ୍କବାଦୀମାନେ ସୀମାନ୍ତ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରି ନିରାପତ୍ତା ବଳ ଓ ସେମାନଙ୍କ ଯାନବାହନ ଉପରେ ଆକ୍ରମଣ କରିବେ ବୋଲି ଗୁଇନ୍ଦା ଏଜେନ୍‌ସି ସତର୍କ କରାଇ ଦେଇଛି।

ଗୁଇନ୍ଦା ସୂଚନା ମିଳିବା ପରେ କଶ୍ମୀର ଉପତ୍ୟକାରେ ମୁତୟନ ହୋଇଥିବା ସୁରକ୍ଷା ବଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।