ଆଗାମୀ ୩-୪ ଦିନ ଭିତରେ ପୁଲଓ୍ଵାମା ପରି ଆଉ ଏକ ଆକ୍ରମଣ ଘଟାଇବା ପାଇଁ ଯୋଜନା କରୁଛି ଜୈଶ୍‌-ଇ-ମହମ୍ମଦ

ଶ୍ରୀନଗର: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆଗାମୀ ୩-୪ ଦିନ ମଧ୍ୟରେ ପୁଲଓ୍ଵାମା ଆକ୍ରମଣ ପରି ଜମ୍ମୁ-କଶ୍ମୀରରେ ଆଉ ଏକ ଆକ୍ରମଣ କରିବାର ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି।

ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ, ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ଆତଙ୍କବାଦୀ ସଂଗଠନ ଜେଶ୍‌ ଏପରି ଚିନ୍ତା କରିଛି।

ଆତଙ୍କବାଦୀ ସଂଗଠନର ଗତିବିଧି ଲକ୍ଷ୍ୟ କରିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରିବା ସହ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ଗୁଇନ୍ଦା ସଂସ୍ଥା ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂସ୍ଥା ପ୍ରଦାନ କରିଥିବା ରିପୋର୍ଟ ମୁତାବକ, ମସୁଦ୍‌ ଅଝାରଙ୍କ ଏହି ଆତଙ୍କବାଦୀ ସଂଗଠନ ଦକ୍ଷିଣ କଶ୍ମୀରର କ୍ୱାଜିଗୁନ୍ଦ ଓ ଅନନ୍ତନାଗ ଅଞ୍ଚଳରେ ଆକ୍ରମଣ କରିବାର ଯୋଜନା କରୁଛନ୍ତି।

ଏଥର ଆତଙ୍କବାଦୀ ସଂଗଠନ ଜୈଶ୍‌ ‘ଟାଟା ସୁମୋ ସଭ୍‌’ ବ୍ୟବହାର କରି ଆକ୍ରମଣ କରାଇବା ପାଇଁ ଚିନ୍ତା କରିଛି। ଜମ୍ମୁ-କଶ୍ମୀରରେ ପୁଣି ଏକ ବସ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ହେବା ପରେ ଗୁଇନ୍ଦା ସଂସ୍ଥା ଏହି ରିପୋର୍ଟ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର