ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ଜୈଶ୍‌-ଏ-ମହମ୍ମଦ: ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆକ୍ରମଣ କରିବାକୁ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ ଯୋଜନା କରୁଥିବା କଥା ଗୁଇନ୍ଦା ଏଜେନ୍‌ସି ସୂତ୍ରରୁ ପ୍ରକାଶ।

ଗୁଇନ୍ଦା ଏଜେନ୍‌ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତାରୁ ଏ କଥା ଜଣାପଡ଼ିଛି। ଚାଟିଙ୍ଗ୍‌ ଆପ୍‌ ‘ଟେଲିଗ୍ରାମ୍‌‘ ଜରିଆରେ ପଠାଯାଇଥିବା ଏହି ବାର୍ତ୍ତାରୁ ଜଣାପଡ଼ିଛି ଯେ ପାକିସ୍ତାନର ଏହି ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଯୋଜନା କରୁଛି।

Image Source: India Today

ଏହି ବାର୍ତ୍ତାକୁ ଗୁଇନ୍ଦା ଏଜେନ୍‌ସିମାନେ ସମସ୍ତ ନିରାପତ୍ତା ଏଜେନ୍‌ସିଙ୍କୁ ସେୟାର୍‌ କରିବା ପରେ ଅଯୋଧ୍ୟା ଏବଂ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାଛଡ଼ା ନିରାପତ୍ତା ଏଜେନ୍‌ସିମାନେ ଭାରତରେ କାର୍ଯ୍ୟରତ ଜୈଶ୍‌-ଏ-ମହମ୍ମଦର ନେଟ୍‌ଓ୍ଵାର୍କ ଉପରେ ତୀବ୍ର ଦୃଷ୍ଟି ରଖିଛନ୍ତି।

୨୦୧୯ ମସିହା ମେ ୧ ତାରିଖ ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ ୧୨୬୭ ସାଙ୍କ୍‌ସନ୍‌ କମିଟି ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ଆଝାରଙ୍କୁ ‘ବିଶ୍ୱ ସନ୍ତ୍ରାସୀ’ ବୋଲି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର