ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ଅବନ୍ତିପୋରାରୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦର ଜଣେ ସମର୍ଥକଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ବ୍ୟକ୍ତିଜଣକ ହେଉଛନ୍ତି ରସିକ୍‌ ମକ୍‌ବୁଲ୍‌। ନିରାପତ୍ତା ବଳଙ୍କ କହିବା ଅନୁସାରେ, ରସିକ୍‌ ତ୍ରାଲା ଅଞ୍ଚଳରେ ଏହି ଆତଙ୍କବାଦୀ ସଙ୍ଗଠନର ସମସ୍ତ ପରିବହନ କାର୍ଯ୍ୟ ତୁଲାଇବା ସହ ଅନ୍ୟାନ୍ୟ ସହଯୋଗ ମଧ୍ୟ କରୁଥିଲା।

ସୈଦାବାଦ ପାସ୍ତୁନ ଗାଁରେ ତଲାସ ଅଭିଯାନ ସମୟରେ ରସିକ୍‌କୁ ଗିରଫ କରାଯାଇଛି। ତା’ ନିକଟରୁ ନିରାପତ୍ତା ବଳର କର୍ମଚାରୀମାନେ ଅପରାଧିକ କାର୍ଯ୍ୟରେ ବ୍ୟବହୃତ କେତେକ ସାମଗ୍ରୀ ଉଦ୍ଧାର କରିଛନ୍ତି। ଏହାକୁ ଭିତ୍ତିକରି ଆଇନର ବିଭିନ୍ନ ଧାରା ଅନୁସାରେ ତା’ ନାମରେ ତ୍ରାଲ୍‌ ଥାନାରେ ମାମଲା ରୁଜୁ କରାଯାଇଛି।

publive-image Image Source: The Daily Boast

ପୂର୍ବରୁ ଅନ୍ୟ ଏକ ସଫଳ ଅଭିଯାନରେ ନିରାପତ୍ତା ବଳ ଲଶ୍କର୍‌-ଏ-ତୈବାର ଜଣେ ସକ୍ରିୟ ଆତଙ୍କବାଦୀକୁ ଗିରଫ କରିଥିଲେ। ଅସ୍ତ୍ରଶସ୍ତ୍ର ସହ ସାପୋରରୁ ଗିରଫ ହୋଇଥିବା ସେ ଆତଙ୍କବାଦୀ ହେଉଛି ବ୍ରତ କଲନର ସଦ୍ଦାମ ମିର୍‌। ସେ ହେଉଛି ଦୁର୍ଦ୍ଦାନ୍ତ ଲଶ୍କର୍‌-ଏ-ତୈବାର ଆତଙ୍କବାଦୀ ସାଜଦର ଘନିଷ୍ଠ ସହଯୋଗୀ। ତାକୁ ଅଧିକ ପଚରାଉଚୁରା କରାଯାଉଛି।