ଅନ୍ତର୍ଜାତୀୟ ଚାପ : ଜୈସ-ଇ-ମୋହମ୍ମଦ କାର୍ଯ୍ୟାଳୟକୁ ଜବତ କଲେ ପାକ ସରକାର

ଇସ୍ଲାମାବାଦ : ପୁଲଓ୍ଵାମା ପ୍ରସଙ୍ଗରେ ପାକିସ୍ତାନ ଯେତେ ମୁହଁ ଫୁଟାଣି ମାରିଲେ ସୁଦ୍ଧା ଭାରତର ଚାପ ଓ କଡା ପଦକ୍ଷେପ ଯୋଗୁଁ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକଘରକିଆ ହୋଇଯାଉଛି । ଏହାର ପ୍ରଭାବ ପାକିସ୍ତାନ ଅର୍ଥନୀତି ଉପରେ ପଡିବା ଆରମ୍ଭ କଲାଣି । ଏହା ଯୋଗୁଁ ପାକିସ୍ତାନ ଛାନିଆ ହୋଇଯାଇଛି ।

ଗତ କାଲି ହାଫିଜ ସଇଦ ପରେ ଆଜି ପୁଲଓ୍ଵାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ସଂସ୍ଥା ଜୈସ-ଇ-ମୋହମ୍ମଦ ଉପରେ ପାକିସ୍ତାନ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଆଜି ପାକିସ୍ତାନର ପଂଜାବ ରାଜ୍ୟ ସରକାର ଜୈସର ବିଭିନ୍ନ କାର୍ଯ୍ୟାଳୟକୁ ଜବତ କରିବା ସହ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ତେବେ ଏହା ବିଶ୍ୱସମୁଦାୟକୁ ବିଭ୍ରାନ୍ତିରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । କାରଣ ସମସ୍ତେ ଜାଣନ୍ତି ଜୈସର ମୁଖ୍ୟ ମାସୁଦ ଆଜାର ପାକ ସେନାର ଛତ୍ରଛାୟାତଳେ ରହିଛି । ଏଣୁ ଏହା ଦ୍ୱାରା ଜୈସ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି । ପରିସ୍ଥିତି ଥଣ୍ଡା ପଡିଲେ ପୁଣି ଥରେ ଜୈସ ନିଜର କାର୍ଯ୍ୟକଳାପ ଆରମ୍ଭ କରିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର