ପାକିସ୍ତାନର ଏହି ସହରରେ ସେନା ଛତ୍ରଛାୟାରେ ବିନ୍ଦାସ ବୁଲୁଛି ପୁଲଓ୍ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ !  

ନୂଆଦିଲ୍ଲୀ: ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି। ଜେଏମର ମାଷ୍ଟର ମାଇଣ୍ଡ  ମାସୁଦ୍  ଅଝାର  ଏହାର ସୂତ୍ରଧର ବୋଲି କୁହାଯାଉଛି । ଏକଦା ଭାରତୀୟ ଜେଲରେ ବନ୍ଦ ଥିଲା ଅଝାର । କିନ୍ତୁ ଡିସେମ୍ବର ୧୯୯୯ରେ  ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ ପରେ ଯାତ୍ରୀମାନଙ୍କୁ ମୁକ୍ତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ବିବଶ ହୋଇ ତାକୁ ମୁକ୍ତ କରିଥିଲେ ।

Bahabalpur

୧୯୯୯ ମସିହାରେ ହୋଇଥିବା ବିମାନ ଅପହରଣ ଘଟଣା ପରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ମୁକ୍ତ କରିବା ଭାରତ ପାଇଁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଛି । ବିମାନଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖି ଭାରତୀୟ ଜେଲରୁ ଖଲାସ୍ ହୋଇଥିବା ମାସୁଦ ଆଝାର, ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାରେ ସଫଳ ହୋଇଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ଉପରେ ଆକ୍ରମଣ, ଉରୀ ଆତଙ୍କବାଦୀ ଆକ୍ରମଣ, ପଠନାକୋଟ୍ ଆକ୍ରମଣ ପରେ ପୁଲୱାମାରେ ସବଠୁ ବଡ ଆତଙ୍କବାଦୀ ଆକ୍ରମଣ କରିଛି ମାସୁଦ ଆଝାରଙ୍କ ସଂଗଠନ- ଜୈଶ୍-ଇ-ମହମ୍ମଦ ।

ପାକିସ୍ତାନର ୧୨ତମ ବଡ ସହର ବହାବଲପୁରରେ ଲୁଚିଛି ଅଝାର । ଏହି ସହରରେ  ଥିବା ଏକ ବିଶାଳ  ଧଳା ମସଜିଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରେ । ଏହି ମସଜିଦର ନାମ ଜାମିୟା ସୁଭାନ ଆଲ୍ଲା । ଏହି ମସଜିଦରେ ରହିଛି ଜୈଶର ମୁଖ୍ୟାଳୟ ଏବଂ ମୌଲାନା ମାସୁଦ ଆଝାରର କାର୍ଯ୍ୟାଳୟ । ବହାବଲପୁରରେ ପାକିସ୍ତାନ ଆର୍ମିର ୩୧ଟି ମୁଖ୍ୟାଳୟ ରହିଛି । ଏହି ଅଞ୍ଚଳ  ଖୁବ୍ ସମ୍ବେଦନଶୀଳ । ଭାରତର ମୋଷ୍ଟ ୱାଂଟେଡ କୁଖ୍ୟାତ ଅପରାଧୀ ପାକିସ୍ତାନର ଛତ୍ରଛାୟା ତଳେ ରହି ନିଜ ଆତଙ୍କର କାୟା ବିସ୍ତାର କରୁଛି ।

ସମ୍ବନ୍ଧିତ ଖବର