ପୁଣି କାର୍ଯ୍ୟକ୍ଷମ ହେଲାଣି ଭାରତୀୟ ବାୟୁସେନାର ବୋମାମାଡ଼ରେ ବିଧ୍ୱସ୍ତ ବାଲାକୋଟ୍ର ଜୈଶ୍ ତାଲିମ କେନ୍ଦ୍ର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଜେଟ୍ର ବୋମାମାଡ଼ରେ ବିଧ୍ୱସ୍ତ ହେବାର ପ୍ରାୟ ସାତ ମାସ ପରେ ପାକିସ୍ତାନର ବାଲାକୋଟ୍ ଠାରେ ଥିବା ଜୈଶ୍-ଏ-ମହମ୍ମଦ ସନ୍ତ୍ରାସବାଦୀ ତାଲିମ୍ କେନ୍ଦ୍ର ପୁଣି ସକ୍ରିୟ ହୋଇଉଠିଛି। ଜମ୍ମୁ ଓ କଶ୍ମୀର ଏବଂ ଭାରତର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଆକ୍ରମଣ କରିବାକୁ ସେଠାରେ ୪୦ଜଣ ଜିହାଦିଙ୍କୁ ତାଲିମ୍ ଦିଆଯାଉଥିବା କଥା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଗଷ୍ଟ ୫ ତାରିଖ ଦିନ ଭାରତ ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ଲଦାଖକୁ ଅଲଗା କରିବା ପରେ ପାକିସ୍ତାନର ସହଯୋଗରେ ପୁଣି ସେ ସନ୍ତ୍ରାସବାଦୀ ପ୍ରତିଷ୍ଠାନର ନବୀକରଣ ହୋଇଛି। ଭାରତ ଉପରେ ଆକ୍ରମଣ କରିବା ଲାଗି ସନ୍ତ୍ରାସବାଦୀମାନଙ୍କୁ ସୁବିଧା ଦେଇ ଇସ୍ଲାମାବାଦ ସେମାନଙ୍କ ଉପରୁ କଟକଣା କୋହଳ କରିଛି।
ଭାରତୀୟ ବାୟୁସେନା ଆକ୍ରମଣ ପରେ ପାକିସ୍ତାନର ମାନଶେରା, ଗୁଲପୁର ଏବଂ କୋତ୍ଲି ଉଣିରେ ମଧ୍ୟ ସନ୍ତ୍ରାସବାଦୀମାନଙ୍କୁ ଜିହାଦ ତାଲିମ ଦିଆଯାଉଥିବା କଥା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ବାଲାକୋଟ୍ ତାଲିମ କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବା କଥା ଭାରତୀୟ ଜାତୀୟ ନିରାପତ୍ତା ପ୍ରତିଷ୍ଠାନ ନିଶ୍ଚିତ କରି କହିଛି।
ସୂଚନା ଅନୁସାରେ, ଖାଇବର୍ ପାଖତୁନଖ୍ଵାସ୍ଥିତ ମାନଶେରା ଛାଉଣିରେ ଲଶ୍କର୍ ଦୁଇମାସିଆ ରିଫ୍ରେସର୍ କୋର୍ସ ଆରମ୍ଭ କରିଛି।