ଶ୍ରୀନଗର: ଜମ୍ମୁ- କଶ୍ମୀର କୁଲଗାମରେ ସକ୍ରିୟ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ଏକ ଆଡ୍ଡାର ପର୍ଦ୍ଦାଫାଶ କରି ଶୁକ୍ରବାର ଦିନ ସୁରକ୍ଷା ବାହିନୀ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଏକ ହ୍ୟାଣ୍ଡ ଗ୍ରେନେଡ, ଏକ ପିସ୍ତଲ, ଦୁଇଟି ମରଣାନ୍ତକ ସେଲ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ କରିଛନ୍ତି।
ରିପୋର୍ଟରୁ ପ୍ରକାଶ, କୁଲଗାମର ମିରହାମା ଏବଂ ଡିଏଚ ପୋରାରେ କୁଲଗାମ ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲ ଦ୍ୱାରା ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ କାଳରେ ଛଅ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ସେମାନେ ଆଠଟି ମାଗାଜିନ୍ ଏବଂ ୪୪୫ ରାଉଣ୍ଡ ଏମ୪ ରାଇଫଲ, ଏକ ପିସ୍ତଲ ଏବଂ ୧୮ ପିସ୍ତଲ ରାଉଣ୍ଡ ଉଦ୍ଧାର କରିଥିଲେ।
ଅନ୍ୟ ଜବତ ସାମଗ୍ରୀ ମଧ୍ୟରେ ଚାରିଟି ୟୁବିଜିଏଲ୍ ସେଲ୍, ୩୦ ଏକେ ରାଉଣ୍ଡ, ଆଇଏନଏସଏଏସ ଏବଂ ଏକେ ରାଇଫଲ୍ ର ଗୋଟିଏ ମାଗାଜିନ୍, ଚାରିଟି ୱାକି-ଟକି ସେଟ୍ ଏବଂ ଏକ ୱେୟାରଲେସ୍ ସେଟ୍ ଅନ୍ତର୍ଭୁକ୍ତ ରହିଛି।
J&K | Kulgam Police and 9 Rashtriya Rifles recovered a huge cache of arms and ammunition and arrested six JeM terrorist associates. Recovered arms and ammunition include 4 UBGL shells, 446 M4 rounds, 30 AK-47 rounds, 2 mortar shells and other incriminating materials pic.twitter.com/Ct53ccSDaP
— ANI (@ANI) February 3, 2023
ପୁଲିସର ଜନୈକ ମୁଖପାତ୍ର ଗଣମାଧ୍ୟମକୁ କହଛନ୍ତି, ଏକ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ହୋଇଥିବା ଛଅ ଜଣ ଆତଙ୍କବାଦୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସୀମା ପାର ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ। ସେମାନେ ବୋମା ଆକ୍ରମଣ କରିବା, ସାଧାରଣ ନାଗରିକଙ୍କୁ ଭୟଭୀତ କରିବା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କ ଉପରେ ଆକ୍ରମଣ କରିବାରେ ଜଡିତ ଥିବା ଅଭିଯୋଗ ହୋଇଛି।