ଜୈସ ଆତଙ୍କବାଦୀ ଆଦିଲ ମହମ୍ମଦ ଦର୍‌  କରିଥିଲା ଏହି ଆତ୍ମଘାତୀ ଆକ୍ରମଣ 

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ସିଆରପିଏଫ  ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୩୦ରେ ପହଞ୍ଚିଥିବା ସୂଚନା ମିଳିଛି । ଏହି ଘଟଣାରେ ପ୍ରାୟ ୪୫ ଯବାନ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଜୈସ-ଇ-ମହମ୍ମଦ ସଂଗଠନର ଏକ ଶାଖା ସଂଗଠନ  ଜୈସ ଅଲ ଆଦିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଜୈସ ଆତଙ୍କବାଦୀ  ଆଦିଲ ମହମ୍ମଦ ଦର ଏହି ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜଣାପଡିଛି । ସେ ନିଜେ କାରରେ ବିସ୍ଫେରକ ଖଞ୍ଜି ସିଆରପିଏଏଫ ବସକୁ ଉଡାଇଦେବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲା ।

ଏହି ଆକ୍ରମଣର ଠିକ ପରେ ପରେ ଜୈସ ପକ୍ଷରୁ ଆଦିଲ ମହମ୍ମଦ ଦରର ଏକ ଭିଡିଓ ଜାରି କରି କରାଯାଇଥିଲା । ଏହି ଭିଡିଓରେ ସେ ରାଇଫଲ ଓ ଗ୍ରେନେଡ ଧରିଥିବା ଦେଖିବାକୂୁ ମିଳିଛି ଓ ତା’ ପଛରେ ଜୈସ-ଇ-ମହମ୍ମଦର ଏକ ବ୍ୟାନର ରହିଛି । ଅନ୍ୟପକ୍ଷରେ ଏହି ଘଟଣାରେ ୧୦୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ଜୈସ ଦାବି କରିଛି ।

ସମ୍ବନ୍ଧିତ ଖବର