ଅଜିତ ଡୋଭାଲ୍‌ଙ୍କ ଅଫିସ୍‌ ପର୍ଯ୍ୟବେକ୍ଷଣ କରିଥିବା କଥା ଜୈଶ୍‌ ଆତଙ୍କବାଦୀ ମାନିବା ପରେ ‘ହାଇ ଆଲର୍ଟ’ରେ ନିରାପତ୍ତା ଏଜେନ୍ସି

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀଙ୍କ ଇଙ୍ଗିତରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପର୍ଯ୍ୟବେକ୍ଷଣ କରିଥିବା କଥା ସମ୍ପ୍ରତି ପୁଲିସ ହାଜତରେ ଥିବା ଜୈଶ୍‌ ଆତଙ୍କବାଦୀ ସ୍ୱୀକାର କରିଛି।

ତାଙ୍କର ସ୍ୱୀକାରୋକ୍ତି ପରେ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ କାର୍ଯ୍ୟାଳୟ ଚତୁର୍ପାଶ୍ୱରେ ନିରାପତ୍ତା ବ୍ୟବସ୍ଥା ପ୍ରତି ହାଇ ଆଲର୍ଟ ଜାରି କରାଯାଇଛି।

Image Courtesy of Hindustan Times

ଫେବ୍ରୁଆରି ୬ ତାରିଖ ଦିନ ଗିରଫ ହୋଇଥିବା ଜମ୍ମୁ ଓ କଶ୍ମୀରର ଶୋପିଆଁବାସୀ ଜୈଶ୍‌ ସଦସ୍ୟ ହିଦାୟତ-ଉଲ୍ଲା ମାଲିକଙ୍କୁ ପଚରାଉଚୁରା   ବେଳେ ‘ଏନ୍‌ଏସ୍‌ଏ’ ମୁଖ୍ୟ ଅଜିତ ଡୋଭାଲ୍‌ଙ୍କ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷଣର ଏକ ଭିଡିଓ ମିଳିଛି।

Image Courtesy of Zee News

ପ୍ରାପ୍ତ ସୂଚନା ଅନୁସାରେ, ‘ଏନ୍‌ଏସ୍‌ଏ’ଙ୍କ କାର୍ଯ୍ୟାଳୟ ଏବଂ ସେଠାରେ ମୁତୟନ ହୋଇଥିବା ‘ସିଆଇଏସ୍‌ଏଫ୍‌’ କର୍ମଚାରୀଙ୍କର ନିରାପତ୍ତା ସଂକ୍ରାନ୍ତ ସବିଶେଷ ତଥ୍ୟସମ୍ବଳିତ ଏକ ଭିଡିଓ ରେକର୍ଡ କରିବା ଲାଗି ସେ ୨୦୧୯ ମେ ୨୪ ତାରିଖରେ ଶ୍ରୀନଗରରୁ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ। ଏହି ଭିଡିଓକୁ ସେ ହ୍ଵାଟସ୍‌ଆପ୍‌ ଜରିଆରେ ପାକିସ୍ତାନରେ ଥିବା ହ୍ୟାଣ୍ଡ୍‌ଲର୍‌ଙ୍କ ପାଖକୁ ପଠାଇଥିଲେ। ହ୍ୟାଣ୍ଡ୍‌ଲର୍‌ଙ୍କ ସେ ଖାଲି ‘ଡକ୍ଟର୍‌’ ବୋଲି ଉଲ୍ଲେଖ କରିଥିଲେ।

ହ୍ୟାଣ୍ଡଲର୍‌ଙ୍କ ସମେତ ପାକିସ୍ତାନରେ ତା’ର ଥିବା ୧୦ଜଣ ବ୍ୟକ୍ତିବିଶେଷଙ୍କ ନାମ, ସାଙ୍କେତିକ ନାମ, ଏବଂ ଫୋନ୍‌ ନମ୍ବର ଆଦି ମଧ୍ୟ ପୁଲିସକୁ କହିଛି।

ସମ୍ବନ୍ଧିତ ଖବର