ମୁମ୍ବାଇ : ମୁମ୍ବାଇ ସ୍ଥିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସାମନାରେ ଗତ ଗୁରୁବାର ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ଯାନ ପାଇଁ ଏକ ଅପରିଚିତ ଅଶୁଣା ସଂଗଠନ ଜୈସ-ଉଲ୍-ହିନ୍ଦ୍ ନିଜକୁ ଦାୟୀ କରିଛି। ଏଭଳି ଗାଡ଼ିକୁ ଠିକଣା ସ୍ଥାନରେ ରଖି ସଂପୃକ୍ତ ସଂଗଠନର ସଦସ୍ୟ ନିରାପଦରେ ଘରକୁ ଫେରି ଆସିପାରିଛି । ତେବେ ଏହି ଘଟଣା ଏକ ଟ୍ରେଲର ମାତ୍ର ଏବଂ ସମ୍ପୂର୍ଣ୍ଣ ଛବି ଆସିବାକୁ ବାକି ରହିଛି ବୋଲି ଉକ୍ତ ସଂଗଠନ ଟେଲିଗ୍ରାମ୍ ଆପ୍ରେ ସୂଚାଇ ଦେଇଛି। ଅପରପକ୍ଷେ, ଉକ୍ତ ସଂଗଠନ ପକ୍ଷରୁ ବିଟ୍କଏନ୍ ମାଧ୍ୟମରେ ଅର୍ଥ ଦାବି କରାଯିବା ସହ ପରବର୍ତ୍ତୀ ବିସ୍ଫୋରକ ଗାଡ଼ି ତୁମ ପିଲାଙ୍କ ଗାଡ଼ି ଉପରେ ଚଢ଼ିଯିବ ବୋଲି ଅମ୍ବାନୀଙ୍କ ଉଦ୍ଦେଶ୍ୟରେ ଏଥିରେ ଧମକ ଦିଆଯାଇଛି। ଏଥି ସହିତ ଦେଶର କୌଣସି ବି ତଦନ୍ତ ସଂସ୍ଥା ସେମାନଙ୍କର ଗତିରୋଧ କରିବା ପାଇଁ ଉକ୍ତ ବାର୍ତ୍ତାରେ ଆହ୍ବାନ ଦିଆଯାଇଛି। ସୂଚନା ଥାଉ କି, କିଛି ଦିନ ତଳେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ଆଗରେ ହୋଇଥିବା ବିସ୍ଫୋରଣ ପାଇଁ ମଧ୍ୟ ଉକ୍ତ ଅନାମଧ୍ୟେୟ ସଂଗଠନ ନିଜକୁ ଦାୟୀ କରିଥିଲା।
ଅମ୍ବାନୀଙ୍କ ଘର ସାମନାରେ କାର ବୋମା ରଖିଥିଲା ଜୈସ୍-ଉଲ୍-ହିନ୍ଦ୍
/sambad/media/post_attachments/wp-content/uploads/2021/03/ambani.jpg)