ଜୟଶଙ୍କର ଜଣେ ‘ସଚ୍ଚା ଦେଶପ୍ରେମୀ’: ରୁଷୀୟ ବୈଦେଶିକ ମନ୍ତ୍ରୀ

ମସ୍କୋ: ଭାରତ ତା’ର ବୈଦେଶିକ ନୀତି ଉପରେ ନିଜେ ନିଷ୍ପତ୍ତି ନେବ ବୋଲି ଦୃଢ଼ତାର ସହ କହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ରୁଷୀୟ ‌ବୈଦେଶିକ ମନ୍ତ୍ରୀ ‌ସେର୍ଗେଇ ଲାଭ୍‌ରୋଭ୍‌ ଜଣେ ‘ସଚ୍ଚା ଦେଶପ୍ରେମୀ’ ବୋଲି କହିଛନ୍ତି।

ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ମସ୍କୋରୁ ଆମାଦାନି ହ୍ରାସ କରିବା ଲାଗି ଭାରତ ଉପରେ ଆନ୍ତର୍ଜାତିକସ୍ତରରେ ଚାପ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ।

ଭାରତର ଏକ ଜାତୀୟ ଗଣମାଧ୍ୟମ ସହିତ ସାକ୍ଷାତ୍‌କାର ବେଳେ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜଣେ ଅଭିଜ୍ଞ କୂଟନୀତିଜ୍ଞ ଏବଂ ତାଙ୍କ ଦେଶର ଜଣେ ସଚ୍ଚା ଦେଶପ୍ରେମୀ। ସ‌େ ଯାହା କହିଲେ, ଅନେକ ଦେଶ ସେ ପ୍ରକାରର କଥା କହିପାରିବେ ନାହିଁ।

Image Courtesy of PiPa News

ସର୍ଗେଇ ଲାଭ୍‌ରୋଭ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଖାଦ୍ୟ ନିରାପତ୍ତା, ପ୍ରତିରକ୍ଷା ଏବଂ କେତେକ ଶିଳ୍ପ କ୍ଷେତ୍ରରେ ରୁଷ୍‌ ତା’ର କୌଣସି ପାଶ୍ଚାତ୍ୟ ମିତ୍ରରାଷ୍ଟ୍ର ଉପରେ ନିର୍ଭର କରିପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ‘ୟୁଏନ୍‌ ଚାର୍ଟର୍‌’ ଉଲ୍ଲଂଘନ କରି ବେଆଇନ ପଦକ୍ଷେପ ଗ୍ରହଣ କରୁ ନ ଥିବା ସମସ୍ତ ଦେଶକୁ ସହଯୋଗ କରିବା ଲାଗି ଆମେ ଉନ୍ମୁକ୍ତ। ସେ ଭଳି ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଆମ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ଚାଲିଛି।

ଭାରତ ଓ ରୁଷ୍‌ ସମ୍ପର୍କ ପ୍ରସଙ୍ଗରେ ସେ କହିଛନ୍ତି, ଭାରତ ଆମର ଅତି ପୁରୁଣା ମିତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ଆମେ ସହଯୋଗ କରୁଛ। ଭାରତ ଯେଉଁ ପ୍ରକାର ସହଯୋଗ ଚାହିଁବ ରୁଷ୍‌ ତାହା ଯୋଗାଇ ଦେଇପାରିବ ବୋଲି ସ‌େ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର