ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ମୂଳ କାରଣ ହେଉଛି ଆମେରିକା : ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ସହ ପାକିସ୍ତାନର ଶତ୍ରୁତା ପଛରେ ଆମେରିକା ରହିଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।

ସିଏନଏନ ଟିଭି୧୮  ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭାରତ -ଆମେରିକାର ସଂପର୍କ ଏକ ଜଟିଳ ଇତିହାସ ରହିଆସିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଅନେକ ସମସ୍ୟାର ମୂଳକାରଣ ହେଉଛି ପାକିସ୍ତାନକୁ ଆମେରିକାର ସହାୟତା ।

ସେ କହିଛନ୍ତି ଯେ ୯୦ ଦଶକରେ ଭାରତ ଓ ଆମେରିକାର ସଂପର୍କ ଅଲଗା ଥିଲା, କାରଣ ସେତେବେଳେ ବିଶ୍ବରେ ଆମେରିକାର ପ୍ରାଦୂର୍ଭାବ ଅଧିକ ଥିଲା । କିନ୍ତୁ ଏବେ ଭାରତ ସହ ସଂପର୍କ ରଖିବାକୁ ହେଲେ ଆମେରିକାକୁ ଭାରତ-ରୁଷ ସଂପର୍କକୁ ବୁଝିବାକୁ ପଡ଼ିବ ।

କ୍ବାଡ ମେଣ୍ଟ ଏଥିପାଇଁ ସଫଳ ହୋଇପାରିଛି, ଯେ ଏହି ମେଣ୍ଟର ସଦସ୍ୟ ରାଷ୍ଟ୍ରମାନେ ପରସ୍ପରର ସ୍ଥିତିକୁ ବୁଝନ୍ତି । ରୁଷ ସହ ଭାରତର ସମ୍ପର୍କ ଯେପରି, ଜାପାନ, ଅଷ୍ଟ୍ରେଲିଆ ବା ଆମେରିକା ସହ ତାହାର ସଂପର୍କ ଅଲଗା । ଏଣୁ ପରସ୍ପରର ସ୍ଥିତିକୁ ବୁଝିବାକୁ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ ହଜାର ବର୍ଷର ସଭ୍ୟତା ଭାରତ ଏବେ ବିଶ୍ବରେ ନିଜର ପ୍ରକୃତ ସ୍ଥାନ ଅଧିକାର କରିବା ଆରମ୍ଭ କରୁଛି । ତେବେ ଏହା ହାସଲ କରିବା ବେଶ ଆହ୍ବାନପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର