ନୂଆଦିଲ୍ଲୀ : ଆମେରିକାକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ ଯେଉଁ ସେନା ସମସ୍ତଙ୍କୁ ପ୍ରମାଣପତ୍ର ବାଣ୍ଟୁଛି ତାହାର ସେନା ଦିନେ ପାକିସ୍ତାନରେ ପଶିଥିଲା । ସେଠୁ କଣ ମିଳିଲା ତାହା ସମସ୍ତେ ଜାଣନ୍ତି ।
ଏକ ସମାରୋହରେ ଯୋଗ ଦେବା ଅବସରରେ ସେ କହିଥିଲେ ଯେ ଆମେରିକା ପାକିସ୍ତାନ ସହ ନିଜର ଇତିହାସକୁ ଭୁଲଯାଉଛି। ବିଶ୍ବର ସବୁଠୁ କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନରୁ ହିଁ ଧରା ପଡ଼ିଥିଲା । ସେ କହିଛନ୍ତି ଏହି ଦୁଇ ଦେଶ ମଧ୍ୟରେ ଏକ ଇତିହାସ ରହିଛି, ପୁଣି ଏହି ଇତିହାସକୁ ଭୁଲିଯିବାର ଇତିହାସ ମଧ୍ୟ ରହିଛି । ଆମେ ପ୍ରଥମଥର ପାଇଁ ଏହା ଦେଖୁନାହୁଁ ।
ଅପରେସନ ସିନ୍ଦୂର ଓ ଯୁଦ୍ଧ ବିରତି ସଂପର୍କରେ ସେ କହିଥିଲେ ଯେ ଏଥିରେ ଆମେରିକାର କୌଣସି ଭୂମିକା ନାହିଁ । ଯୁଦ୍ଧ ସମୟରେ ଆମେରିକା ସହ ଆଲୋଚନା ହୋଇଥିଲା, କିନ୍ତୁ ଯୁଦ୍ଧବିରତି ନିଷ୍ପତ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ପରେ ନିଆଯାଇଥିଲା । ଯେତେବେଳେ କୌଣସି ଯୁଦ୍ଧ ହୁଏ ତ ଦୁଇଦେଶ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ଭାରତ ଦ୍ବାରା ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ପ୍ରସ୍ତାବ ଆସିଥିଲା । ଏଥିରେ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/23/mea-2025-08-23-18-40-14.jpg)