ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ପାଖାପାଖି ୧୦ ବର୍ଷ ପରେ ଭାରତର ଜଣେ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ ଯାଉଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନରେ ହେବାକୁ ଥିବା ଏସସିଓ ବୈଠକରେ ଭାରତ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ଶେଷରେ ଭାରତ ଏଥିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏସସିଓ ବୈଠକରେ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଏସସିଓ ବୈଠକ ଅକ୍ଟୋବର ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଚୀନ ଓ ରୁଷିଆ ଭଳି ଦେଶ ମଧ୍ୟ ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିବା ସହ କହିଛି ଯେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବାକି କାର୍ଯ୍ୟକ୍ରମ କ'ଣ ହେବ, ପରେ ସୂଚନା ଦିଆଯିବ। ଏସସିଓରେ ଭାରତ ବ୍ୟତୀତ ଚୀନ, ରୁଷିଆ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଭଳି ଦେଶ ସାମିଲ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/JPOSrHGLbe3ThQhgW8Po.jpeg)