ୟୁଏନ୍‌ଏସ୍‌ସିରେ ଜୟଶଙ୍କରଙ୍କ ଉଦ୍‌ବୋଧନ: ଆତଙ୍କବାଦ ବିରୋଧରେ ବିଶ୍ବ ଏକଜୁଟ୍‌ ହେଉ

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଉଦ୍‌ବୋଧନ ଦେଇ ଆଫଗାନିସ୍ତାନ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ଆତଙ୍କବାଦ ବିରୋଧରେ ବିଶ୍ବ ଏକଜୁଟ୍‌ ହେବାକୁ ପଡ଼ିବ ବୋଲି ମତ ରଖି ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଯେଉଁ ରାଷ୍ଟ୍ରମାନେ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ। ଆଫଗାନିସ୍ତାନ ଭଳି ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରାଇବା ଆମର ପ୍ରଥମ ଦାୟିତ୍ବ ବୋଲି ଜୟଶଙ୍କର କହିଛନ୍ତି। ଆଫଗାନ ବାସିନ୍ଦାଙ୍କ ସହ ଭାରତର ସମ୍ପର୍କ ବହୁତ ପୁରୁଣା ଏବଂ ଏହି ଆଧାରରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି। ଆଫଗାନ ବାସୀଙ୍କୁ ସ୍ବାର୍ଥକୁ ଗୁରୁତ୍ବ ଦେଇ ଭାରତ କାମ କରିବ ଏବଂ ସେହି ଆଧାରରେ ଭବିଷ୍ୟତ ରଣନୀତି ସ୍ଥିର ହେବ ବୋଲି ଜୟଶଙ୍କର କହିଛନ୍ତି। ବର୍ତ୍ତମାନ କାବୁଲ୍‌ ସ୍ଥିତି ଉପରେ ଭାରତ ସତର୍କ ନଜର ରଖିଛି ଏବଂ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର