ନୂଆଦିଲ୍ଲୀ: ଭାରତ ସରକାରଙ୍କ ପ୍ରତି ‘ହିନ୍ଦୁ ନ୍ୟାସନାଲିଷ୍ଟ’ ପରି ବି‌ଶେଷଣ ପ୍ରୟୋଗ କରୁଥିବା ବିଦେଶୀ ଗଣମାଧ୍ୟମଗୁଡ଼ିକ ଉପରେ ପ୍ରବଳ ବର୍ଷିଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଜୟଶଙ୍କର କହିଛନ୍ତି, ଆପଣ ଯଦି ବିଦେଶୀ ଖବରକାଗଜ ପଢ଼ିବେ, ତେବେ ସେଥିରେ ‘ହିନ୍ଦୁ ନ୍ୟାସନାଲିଷ୍ଟ’ ପରି ଶବ୍ଦ ଦେଖିବେ। ଆମେରିକା ବା ୟୁରୋପରେ ସେମାନେ କେବେ ନିଜ ପ୍ରତି ‘ଖ୍ରୀଷ୍ଟିଆନ ନ୍ୟାସନାଲିଷ୍ଟ’ ଶବ୍ଦ ବ୍ୟବହାର କରନ୍ତି ନାହିଁ। ଏପରି ବିଶେଷଣ କେବଳ ଆମ ପାଇଁ ସଂରକ୍ଷିତ। ସେମାନେ ବୁଝିପାରୁ ନାହାନ୍ତି ଯେ ଏ ଦେଶ ସମଗ୍ର ବିଶ୍ବ ସହ ଅଧିକ କାମ କରିବାକୁ ପ୍ରସ୍ତୁତ, କମ୍ ନୁହେଁ। ନିଜର ଇଂରାଜି ପୁସ୍ତକ ‘ଦ ଇଣ୍ଡିଆ ୱେ: ଷ୍ଟ୍ର‌ାଟେଜିଜ୍ ଫର୍ ଆନ୍ ଅନସର୍ଟନ ୱାର୍ଲଡ୍‌’ର ଉନ୍ମୋଚନ ଅବସରରେ ଜୟଶଙ୍କର ଏହା କହିଥିଲେ। ଏହାକୁ ମରାଠୀ ଭାଷାରେ ‘ଭାରତ ମାର୍ଗ’ ଭାବେ ଅନୁବାଦ କରାଯାଇଛି।

Advertisment

ତେବେ ଜୟଶଙ୍କର କହିଛନ୍ତି ଯେ ଭାରତର ଜାତୀୟତାବାଦୀ ଲୋକମାନେ ସାରା ପୃଥିବୀରେ ଅନେକ ଦେଶର ଉନ୍ନତି ପାଇଁ କାମ କରୁଛନ୍ତି। ବିପର୍ଯ୍ୟୟ ସମୟରେ ବି ଆଗକୁ ବଢ଼ିବାରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଯେଉଁ ବିଦେଶୀ ଖବରକାଗଜଗୁଡ଼ିକ ଭାରତ ସମ୍ପର୍କରେ ‘ହିନ୍ଦୁ ଜାତୀୟତାବାଦୀ’ ଶବ୍ଦ ବ୍ୟବହାର କରୁଛନ୍ତି, ସେମାନେ ବୁଝିପାରୁ ନାହାନ୍ତି ଯେ ଭାରତ ସମଗ୍ର ବିଶ୍ବ ସହ କାମ କରୁଛି ।