ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଲଣ୍ଡନର ଚାଥାମ୍ ହାଉସ୍ ଥିଙ୍କ୍ ଟ୍ୟାଙ୍କରେ ‘ବିଶ୍ୱରେ ଭାରତର ଉତ୍ଥାନ ଓ ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ସାମ୍ବାଦିକ ଜଣକ ନିଜର ପ୍ରଶ୍ନ ଦ୍ବାରା ଜୟଶଙ୍କରଙ୍କୁ ସାମାନ୍ୟ ବିଚଳିତ କରିଦେବେ ବୋଲି ଦାବି କରିବା ସହ ଭାରତ ବେଆଇନ ଭାବେ କଶ୍ମୀର ଦଖଲ କରିଥିବା ଅଭିଯୋଗ କରିଥିଲେ। କାଶ୍ମୀର ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବନ୍ଧୁତାକୁ ବ୍ୟବହାର କରିପାରିବେ କି ବୋଲି ପଚାରିବା ସହ ସେ କହିଥିଲେ ଯେ ‘ଭାରତ ୭୦ ଲକ୍ଷ କଶ୍ମୀରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ୧୦ ଲକ୍ଷ ସୈନ୍ୟ ମୁତୟନ କରିଛି।’
ଏହି ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ଧାରା ୩୭୦ ହଟାଇବା ପ୍ରଥମ ପଦକ୍ଷେପ, କାଶ୍ମୀରରେ ବିକାଶ କରିବା ଏବଂ ସାମାଜିକ ନ୍ୟାୟ ପୁନରୁଦ୍ଧାର କରିବା ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅଧିକ ମତଦାନ ସହ ନିର୍ବାଚନ କରିବା ତୃତୀୟ ପର୍ଯ୍ୟାୟ ଥିଲା। ମୁଁ ଭାବୁଛି ଆମେ ଯେଉଁ ଅଂଶକୁ ଅପେକ୍ଷା କରୁଛୁ ତାହା ହେଉଛି କାଶ୍ମୀରର ଚୋରି ହୋଇଥିବା ଅଂଶକୁ ଫେରାଇ ଆଣିବା ଯାହା ବେଆଇନ ଭାବେ ପାକିସ୍ତାନ କବ୍ଜାରେ ଅଛି। ଏହା ହେଲେ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ ବୋଲି ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/07/2Ng7d4caI313V6xx5HRi.jpg)