ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ ଜୈସ୍‌ ମୁଖ୍ୟ ମାସୁଦ ଆଝାରକୁ କହିଛି ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘର ମାନବ ଅଧିକାର ସଂଗଠନର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲନା ମାସୁଦ ଆଝାରକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ କହିଛି ପାକିସ୍ତାନ। ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଅତ୍ୟନ୍ତ ଗୋପନୀୟ ତଥ୍ୟ ଅନୁସାରେ ୫୧ ବର୍ଷିଅ ମାସୁଦକୁ ଆସନ୍ତା କିଛି ଦିନ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ତୀବ୍ର କରିବାକୁ ପାକିସ୍ତାନ କହିଛି।

ଗତ ଫେବ୍ରୁଆରିରେ ପୁଲଓ୍ଵାମା ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରାଯିବା ପରେ ପାକିସ୍ତାନ ଅନେକ ଜୈସ୍‌ ଆତଙ୍କବାଦୀଙ୍କୁ ଧରିବା ସହ ସେମାନଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି। ମାତ୍ର ଏବେ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବିଶ୍ୱାସ କରାଯାଉଛି ଯେ ଜମ୍ମୁ-କଶ୍ମୀରେ ଅଶାନ୍ତି ସୃଷ୍ଟି କରିବା ଏବେ ପାକିସ୍ତାନର ପ୍ରାଥମିକତା ପାଲଟିଛି। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ନେଇ ପାକ୍‌ ସ୍ଥାନୀୟ ବାସିନ୍ଦାଙ୍କୁ ଉସୁକେଇବାର ଉଦ୍ୟମ ଜାରି ରଖିଛି।

India Today

ଉଲ୍ଳେଖଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି। ସୂତ୍ର ଅନୁସାରେ ମୋଦୀଙ୍କ ପରେ ଇମ୍ରାନ ତାଙ୍କର ଅଭିଭାଷଣ ରଖିବେ।

ସମ୍ବନ୍ଧିତ ଖବର