ଫେରିଲେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, କହିଲେ ଭାରତ ଫେରିବା ପରେ ଭଲ ଲାଗୁଛି

ନୂଆଦିଲ୍ଲୀ : ଆମେରିକାରେ ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଭାରତ ଫେରିଛନ୍ତି । ଏସଂପର୍କରେ ଟ୍ଵିଟ କରି ସେ ଜଣାଇଛନ୍ତି । ଘରକୁ ଫେରିବା ପରେ ଖୁସି ଲାଗୁଛି ବୋଲି ସେ କହିଛନ୍ତି ।

କିଡନୀ ସମସ୍ୟା ଓ କର୍କଟ ଚିକିତ୍ସା ପାଇଁ ଗତ ଜାନୁୟାରୀରେ ସେ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ପିୟୁଷ ଗୋଏଲ ଏଥରର ବଜେଟ୍‌ ଉପସ୍ଥାପନ କରିଥିଲେ ।

ନିର୍ଦ୍ଦିଷ୍ଟ ଭାବେ କେଉଁ ରୋଗର ଚିକିତ୍ସା ଲାଗି ସେ ଆମେରିକା ଯାଇଥିଲେ ତାହା ଗୁପ୍ତ ରଖାଯାଇଥିଲେ ମଧ୍ୟ, ତାଙ୍କର ସଫ୍ଟ ଟିସ୍ୟୁ କ୍ୟାନସର ଚିହ୍ନଟ ହୋଇଥିବା କୁହାଯାଉଛି । ତେବେ ଗତ ବର୍ଷ ହୋଇଥିବା କିଡନୀ ଟ୍ରାନ୍ସପ୍ଲାଣ୍ଟ ଯୋଗୁଁ ଏହି କର୍କଟ ଚିକିତ୍ସାରେ ଜଟିଳତା ଦେଖାଦେଇଛି । ଗତ ବର୍ଷ ମେ ୧୪ରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହା ପରେ ସେ ୯ ମାସ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରିନଥିଲେ । କିଛି ବର୍ଷ ପୂର୍ବେ ତାଙ୍କ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର