ନନ୍‌ ଦୁଷ୍କର୍ମ ମାମଲା: ପଦରୁ ହଟିଲେ ଦୁଷ୍କର୍ମ ଅଭିଯୁକ୍ତ ବିଶପ

ତିରୁବନନ୍ତପୁରମ୍‌ : ଜନୈକା ନନ୍‌ଙ୍କୁ ଦୀର୍ଘ ୨ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ତଦନ୍ତର ସମ୍ମୁଖୀନ ହେଉଥିବା ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ଗୁରୁବାର ଚର୍ଚ୍ଚ କାର୍ଯ୍ୟରୁ ସାମୟିକ ବିରତି ଦିଆଯାଇଛି। ଭଟିକାନ୍‌ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୪ରୁ ୨୦୧୬ ମଧ୍ୟରେ ଏକାଧିକବାର ନନ୍‌ଙ୍କୁ ମୁଲାକ୍କଲ୍‌ ଦୁର୍ଷ୍କମ କରିଥିବା ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଜେରା ଆରମ୍ଭ କରିଛି। ବୁଧବାର ଦୀର୍ଘ ୭ ଘଣ୍ଟା ଧରି ପୁଲିସ ମୁଲାକ୍କାଲଙ୍କୁ ଜେରା କରିଥିବା ଜଣାପଡ଼ିଛି।

କାଥ୍‌ଲିକ୍‌ ବିଶପ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆର୍‌ ଅଧ୍ୟକ୍ଷ କାର୍ଡିନାଲ୍‌ ଓସ୍‌ଓ୍ଵାର୍ଲ୍ଡ ଗ୍ରାସିୟସ୍‌ ଏକ ବିବୃତିି ଜାରି କରି ଜଣାଇଛନ୍ତି କି ଜଳନ୍ଧରର ବିଶପ ପଦବିରୁ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ଅବ୍ୟାହିତ ଦିିଆଯାଇ ସେ ସ୍ଥାନରେ ମୁମ୍ବାଇର ଜନୈକ ବିଶାପ ଆଜ୍‌ନେଲୋ ରୁଫିକୋ ଗ୍ରାସିୟସ୍‌ଙ୍କୁ ନିଯୁକ୍ତ ଦିଆଯାଇଛି।

Times of India

ଗତ ସେଟେମ୍ବର ୧୬ ତାରିଖରେ ଅଭିଯୁକ୍ତ ବିଶପ ମୁଲାକ୍କଲ ପୋପ୍‌ଙ୍କୁ ଏକ ପତ୍ର ଲେଖି ତାଙ୍କ ପଦବିରୁ ଓହରି ଯିବା ଲାଗି ଇଛା ପ୍ରକାଶ କରିଥିଲେ। ଏହାକୁ ବିଚାର କରି ପୋପ୍‌  ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କେରଳ ବିଶପ କାଉନ୍ସିଲ୍‌ର ମୁଖପାତ୍ର ଫାଦର ଭର୍ଗିସ୍‌ ଭାଲିକାଟ୍ଟୁ  କହିଛନ୍ତି।

ସମ୍ବନ୍ଧିତ ଖବର