ସାମାନ୍ୟ ବର୍ଷାରେ ଦବିଗଲା ବୁନ୍ଦେଲଖଣ୍ଡ ଏକ୍ସେପ୍ରେସ ୱେ, ୫ଦିନ ପୂର୍ବରୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାମାନ୍ୟ ବର୍ଷାରେ ଦବିଗଲା ବୁନ୍ଦେଲଖଣ୍ଡ ଏକ୍ସେପ୍ରେସ ୱେ। ୫ଦିନ ପୂର୍ବରୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନ ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଇତିହାସ ରଚିବ ଏବଂ ରାଜ୍ୟର ବିକାଶ ହେବା ଭଳି ବଡ଼ ବଡ଼ କଥା କହିଥିଲେ ପ୍ରଧାନମନ୍ତ୍ରୀ। ହେଲେ ଉଦଘାଟନ ହେବାର ପାଞ୍ଚ ଦିନ ପରେ ଏକ୍ସପ୍ରେସୱେ ଦବିଯିବାରୁ ସେ ସମସ୍ତ ଦାବି ମାଟିରେ ମିଶିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୬ରେ ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଥିଲେ। ଉଦଘାଟନ ପୂର୍ବରୁ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଶକ୍ତିର ଏକ ଉଦାହରଣ ହେବ ବୋଲି କୁହାଯାଉଥିଲା, କିନ୍ତୁ ଟିକିଏ ବର୍ଷାରେ ଏକ୍ସପ୍ରେସୱେ ଦବିବାରୁ ଏବେ ମୋଦୀ ସରକାର ସମାଲୋଚନାର ଶିକାର ‌ହୋଇଛନ୍ତି।

aajtak

ଦେଶର ବଡ ବଡ ଇଞ୍ଜିନିୟରମାନେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ନିର୍ମାଣ କରିଥିଲେ, କିନ୍ତୁ ପ୍ରଥମ ବର୍ଷା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ କେତେ ମଜବୁତ ତାହା ପ୍ରମାଣ କରିଦେଲା। ତେବେ ଏକ୍ସପ୍ରେସୱେ ଦବିବାର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସମାଜବାଦୀ ପାର୍ଟି (ସପା) ବିଜେପିକୁ ସମାଲୋଚନା କରିଛି। ସମାଜବାଦୀ ପାର୍ଟି (ସପା) ଭିଡିଓ ଟୁଇଟ୍ କରି କହିଛି, ‘ବର୍ଷା ଅସମ୍ପୂର୍ଣ୍ଣ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ସତ ସାମ୍ନାକୁ ଆଣିଛି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ସାମାନ୍ୟ ବର୍ଷାରେ ଦବିଯାଇଛି। ଅସମ୍ପୂର୍ଣ୍ଣ ଏକ୍ସପ୍ରେସୱେକୁ ବୁନ୍ଦେଲଖଣ୍ଡବାସୀଙ୍କ ପାଇଁ ଉପହାର ବୋଲି ବର୍ଣ୍ଣନା କରିଥିବା ବିଜେପି ସରକାର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଟିକେ ଲଜ୍ଜା କର ବିଜେପି ସରକାର।

ସମ୍ବନ୍ଧିତ ଖବର