ନିଅଁ ଖୋଳୁଖୋଳୁ ମିଳିଲା ୨୫୦ ରୁପା କଏନ

ନୂଆଦିଲ୍ଲୀ: ଘର ତିଆରି ପାଇଁ ନିଅଁ ଖୋଳାଯାଉଥିବା ବେଳେ ୧୮୦୦ଶତାବ୍ଦୀର ପୁରୁଣା କଏନ ମିଳିଥିଲା। ଏହି ପୁରୁଣା କଏନ ମିଳିବା ଖବର ନିଆଁ ଭଳି ବ୍ୟାପୀ ଯାଇଥିଲା। ୧୮୦୦ ଶତାବ୍ଦୀର ପୁରୁଣା କଏନକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

ଗ୍ରାମବାସୀ ଘର ନିର୍ମାଣ କରୁଥିବା ବେଳେ ଏଭଳି ପୁରୁଣା କଏନଗୁଡ଼ିକୁ ମାଟି ଭିତରୁ ବାହାରିବା ଦେଖି ପ୍ରଶାସନଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ମିଳିବା ପରେ ପୁଲିସ ଦଳ ସହିତ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ପହଞ୍ଚି ପୁରୁଣା କଏନକୁ ଜବତ କରିଥିଲେ। ଜବତ କଏନଗୁଡ଼ିକ ୧୫୦ବର୍ଷ ପୁରୁଣା ବୋଲି କୁହାଯାଉଛି।

ବ୍ୟାସପୁରା ଗ୍ରାମରେ ରହୁଥିବା ଚାଷୀ କମଳେଶ କୁଶବାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ମିଳିଥିବା ସହାୟତା ରାଶିକୁ ଆଧାର କରି ସେ ଘର ନିର୍ମାଣ କାମ ଆରମ୍ଭ କରିଥିଲେ। ଏଥିପାଇଁ ନିଁଅ ଖୋଳା ଯାଉଥିଲା। ଏହି ନିଁଅ ଖୋଳୁଥିବା ସମୟରେ ଶ୍ରମିକମାନେ ମାଟି ତଳେ ରୁପା କଏନ ଥିବା ଦେଖିବାକୁ ପାଇଥିଲେ।

ଏସୂଚନା ଜିଲ୍ଲାପ୍ରଶାସନ, ପୁଲିସ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଦିଆଯାଇଥିଲା। ସେମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଏଥିସହିତ ନିଁଅ ଖୋଳା କାମକୁ ଅଧାରୁ ବନ୍ଦ କରି ଉକ୍ତସ୍ଥାନକୁ ପୁଲିସ ଘେରାଉ କରି ଦେଇଥିଲା। ଆଉ ଉକ୍ତ ସ୍ଥାନକୁ ଦ୍ବିତୀୟ ଥର ଖୋଳିବା ଆରମ୍ଭ କରିଥିଲା। ବିଳମ୍ବିତ ରାତିଯାଏଁ ପୁଲିସ ଛାନଭିନ କରିବା ପରେ ଉକ୍ତ ସ୍ଥାନରୁ ୨୫୦ଟି ରୁପାର କଏନ ଓ ୪ଟି କଡ଼ା ଜବତ କରିଥିଲେ ପ୍ରତ୍ନତତ୍ତ୍ୱ ବିଭାଗ।

ସମ୍ବନ୍ଧିତ ଖବର